ଓଡ଼ିଶାଲାଇଭ୍ ବ୍ୟୁରୋ

ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ କ୍ଷୟକ୍ଷତିର ଆକଳନ ପାଇଁ ଆଜି କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସୁଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସାହେଲି ଘୋଷ ରାୟଙ୍କ ନେତୃତ୍ୱରେ ଆନ୍ତଃ ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସୁଛନ୍ତି।

ଏଥିରେ ଶକ୍ତି ମନ୍ତ୍ରାଳୟର ମୁଖ୍ୟ ଯନ୍ତ୍ରୀ ବନ୍ଦନା ସିଂଘାଲ, ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗର କନସଲଟାଣ୍ଟ ଦୀନା ନାଥ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଉପସଚିବ ଏ ଏସ୍‌ ମୋଦି, କେନ୍ଦ୍ରୀୟ ଜଳ ଆୟୋଗର ସୁପରିଟେଣ୍ଡେଣ୍ଟ ଯନ୍ତ୍ରୀ ଅମରିଶ ପାଲ୍‌ ସିଂହ, କୃଷି ବିଭାଗର ପାଟନାସ୍ଥିତ ଡିଆର୍‌ଡି ନିର୍ଦ୍ଦେଶକ ବୀରେନ୍ଦ୍ର ସିଂ, ସଡ଼କ ପରିବହନ ମନ୍ତ୍ରାଳୟର ଭୁବନେଶ୍ୱର ଆଞ୍ଚଳିକ ଅଧିକାରୀ ସୁନିଏ କୁମାର ସାମିଲ ଅଛନ୍ତି।

କେନ୍ଦ୍ରୀୟ ଟିମ୍‌ ଦିନ ୧ଟା ବେଳେ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ସେମାନେ ସିଧା ଭଦ୍ରକ ଯିବେ। କ୍ଷୟକ୍ଷତି ଆକଳନ କରିବା ପରେ ୧୫ ତାରିଖରେ କେନ୍ଦ୍ରାପଡ଼ା ଯିବେ। ଭୁବନେଶ୍ୱରରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ଅଧିକାରୀଙ୍କ ସହ ବୈଠକ କରିବେ।

Comment