ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍‌ ଘଟଣାରେ ୭ଜଣ ଅଧିକାରୀ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଅଧିକାରୀମାନେ ହେଲେ ଫ୍ୟାକ୍ଟ୍ରି ଜିଏମ୍‌, ପ୍ରଡକ୍ସନ ମ୍ୟାନେଜର, ଏଚ୍‌ଆର ମ୍ୟାନେଜର, ସିଫ୍ଟ ଇନ୍‌ଚାର୍ଜ, ସେଫ୍ଟି ମ୍ୟାନେଜର ଓ ଦୁଇ ସୁପରଭାଇଜର। ଏହାସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ।

ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍‌ ହୋଇଥିଲା। ଗ୍ୟାସ୍ ଲିକ୍‌ ଯୋଗୁଁ ଫ୍ୟାକ୍ଟ୍ରିରେ କାମ କରୁଥିବା ୮୮ କର୍ମଚାରୀ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

Comment