ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ଼ ଆଶ୍ୱସ୍ତି ମିଳିଛି। ରାଫେଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଚୋକିଦାର ଚୋର ହୈ’ କହିଥିଲେ ରାହୁଲ। ରାହୁଲଙ୍କ ଏହି ବୟାନ ପାଇଁ କୋର୍ଟରେ ତାଙ୍କ ବିରୋଧରେ ମାନହାନି ମାମଲା ଚାଲିଥିଲା। ରାହୁଲ ଗାନ୍ଧୀ ଏହି ମାମଲାରେ କୋର୍ଟରେ  କ୍ଷମା ପାଇଁ ଆବେଦନ କରିଥିଲେ। ଗୁରୁବାର କୋର୍ଟ ତାଙ୍କ କ୍ଷମା ଆବେଦନକୁ ଗ୍ରହଣ କରିଛନ୍ତି। ରାହୁଲଙ୍କ ନାଁରେ ଆଉ ମାନହାନି ମାମଲା ଚାଲିବ ନାହିଁ।

କୋର୍ଟ ଆଜି ସେହି ମାମଲାର ଶୁଣାଣି କରି ରାହୁଲଙ୍କ କ୍ଷମା ଆବେଦନକୁ ଗ୍ରହଣ କରିବା ସହ ଭବିଷ୍ୟତ ପାଇଁ ଚେତାବନୀ ଦେଇଛନ୍ତି। ଭାବିଚିନ୍ତି ବୟାନ ଦେବାକୁ ସୁପ୍ରିମକୋର୍ଟ ରାହୁଲଙ୍କୁ କହିଛନ୍ତି।

Comment