ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ମିଳିତ ନିଶା ନିବାରଣ ମଞ୍ଚ ‘ମଦ ମୁକ୍ତି ଆନ୍ଦୋଳନ’କୁ ନଭେମ୍ବର ୨୨ ଯାଏଁ ସ୍ଥଗିତ ରଖିଛି। ଅବକାରୀ ମନ୍ତ୍ରୀ ନୀରଞ୍ଜନ ପୂଜାରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ମଞ୍ଚ ନିଷ୍ପତ୍ତି ନେଇଛି।
ଅଧିକ ମଦ ଦୋକାନ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତିକୁ ତୀବ୍ର ବିରୋଧ କରି ମିଳିତ ନିଶା ନିବାରଣ ମଞ୍ଚ ଆଜି ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା। ଏହାପରେ ମନ୍ତ୍ରୀ ଆଲୋଚନା ପାଇଁ ଡାକିଥିଲେ। ଆଲୋଚନା ପରେ ଆନ୍ଦୋଳନକୁ ଆସନ୍ତା ୨୨ ତାରିଖ ଯାଏଁ ସ୍ଥଗିତ ରଖାଯାଇଛି।