ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ରାଷ୍ଟ୍ରୀୟ ସେବା ଯୋଜନା ପକ୍ଷରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜୁନ୍ ୨୬ ତାରିଖ ଅନ୍ତର୍ଜାତୀୟ ଔଷଧ ଅପବ୍ୟବହାର ଏବଂ ବେଆଇନ୍ କାରବାର ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଭାରତ ସରକାରଙ୍କ ଗୃହ ବିଭାଗ ଅଧିନସ୍ଥ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଇଣ୍ଟେଲିଜେନ୍ସ ଅଫିସର ବିଶ୍ୱନାଥ ଘୋଷ ଏକ ପିପିଟି ଉପସ୍ଥାପନା କରି ଛାତ୍ରଛାତ୍ରୀମାନଙ୍କୁ ନିଶାଦ୍ରବ୍ୟ ଅପବ୍ୟବହାର ବିଷୟରେ ଅବଗତ କରାଇଥିଲେ। ଏହି ସବୁ ଡ୍ରଗ୍ସ ସ୍ୱାସ୍ଥ୍ୟ ପ୍ରତି ସୃଷ୍ଟି ଭୟଙ୍କର ବିପଦ ସମ୍ପର୍କରେ ଉଦାହରଣ ଦେଇଥିଲେ।

ସୋଆର କୁଳପତି ପ୍ରପେସର ଡାକ୍ତର ଅଶୋକ କୁମାର ମହାପାତ୍ର ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଡ୍ରଗ୍ସଠାରୁ ଦୁରେଇ ରହି ଏକ  ସୁସ୍ଥ ସମାଜ ଗଠନରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହିଭଳି ସଚେତନା କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ପ୍ରତି ହଷ୍ଟେଲରେ କରିବାକୁ ସେ ପରାମର୍ଶ ଦେଇଥିଲେ।ୟୁନିଭସର୍ଟି ଆଉଟରିଚ ପ୍ରୋଗ୍ରାମ ଡାଇରେକ୍ଟର ପ୍ରଫେସର ନଚିକେତା ଖମାରୀ ଶର୍ମା ଅତିଥି ପରିଚୟ ପ୍ରଦାନ କରି ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବିଗତ ୫ ବର୍ଷ ମଧ୍ୟରେ ଆୟୋଜିତ ନିଶା ନିବାରଣ କାର୍ଯ୍ୟକ୍ରମ ଉପରେ ମଧ୍ୟ ସେ ଏକ ସଂକ୍ଷିପ୍ତ  ବିବିରଣୀ ଦେଇଥିଲେ। ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନନ ଦାସ ସମସ୍ତଙ୍କୁ ନିଶାଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ।

ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ ସାଇନ୍ସେସର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ମଧ୍ୟ ନିଜ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏନସିବିର ଅନ୍ୟତମ ଦୁଇ ପ୍ରମୁଖ ଇଂଟେଲିଜେନ୍ସ ଅଫିସରଙ୍କ ସହିତ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି, ପ୍ରୋଗ୍ରାମ ଅଫିସର ଏବଂ ଆଇଏସଏସ, ଏସପିଏସ୍, ଏସଏନସି, ଆଇଟିଇଆର ଓ ଏସଏନଆଇଏଲରୁ ୩୦୦ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ। ଶେଷରେ ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Tags: #Education #Student #Health #AwarnessProgramme #SOA #DrugsAwarness

Comment