ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣଃ ମହିଳାମାନେ ଭାବିଥା’ନ୍ତି ମାସିକ ଋତୁଚକ୍ର ସମୟରେ ଥଣ୍ଡା ପାଣି ପିଇଲେ, ପେଟ ଯନ୍ତ୍ରଣା କମ୍‌ ହୋଇଥାଏ। କିନ୍ତୁ ଏହି ସମୟରେ ଥଣ୍ଡା ପାଣି ପିଇଲେ ପେଟ ଯନ୍ତ୍ରଣା ଅଧିକ ହୋଇଥାଏ। ଡାକ୍ତରମାନେ ପିରିୟଡ୍‌ ସମୟରେ ଉଷୁମ ପାଣି ପିଇବାକୁ ପରାମର୍ଶ ଦେଇଥା’ନ୍ତି।

ମାସିକ ଋତୁଚକ୍ରର ପାଞ୍ଚ ଦିନ ଯାଏଁ ନଖ ଉଷୁମ ପାଣି ବା ସାଧା ପାଣି ପିଇବା ଭଲ।

ଏହି ସମୟରେ ଥଣ୍ଡା ପାଣି ପିଇଲେ ରକ୍ତ ଥଣ୍ଡା ସଂସ୍ପର୍ଶରେ ଆସି ଜମାଟ ବାନ୍ଧିବା ସହ କ୍ୟାନ୍‌ସର ଆଶଙ୍କାକୁ ବଢ଼ାଇଥାଏ।

ଏହି ସମୟରେ ଉଷୁମ ପାଣି ପିଇଲେ, ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହେବା ସହ ଶରୀରରୁ ଦୂଷିତ ରକ୍ତ ଚକ୍ର ସମୟରେ ନିର୍ଗତ ହୋଇଯାଏ।

ଋତୁସ୍ରାବ ସମୟରେ କିଛି ଲୋକଙ୍କର ପେଟ ଗ୍ୟାସ୍‌ ହୋଇଥାଏ ଏବଂ ଖାଦ୍ୟ ବି ଠିକ୍‌ ଭାବେ ହଜମ ହୋଇ ନଥାଏ। ହେଲେ ଉଷୁମ ପାଣି ପିଇବା ଫଳରେ ଏଭଳି କୌଣସି ସମସ୍ୟା ଦେକା ଦିଏ ନାହିଁ ଖାଦ୍ୟ ଭଲସେ ହଜମ ହେବା ସହ କୋଷ୍ଟକାଠିନ୍ୟ ମଧ୍ୟ ଦୂର ହୋଇଥାଏ।

ଋତୁଚକ୍ର ସମୟରେ ସକାଳୁ ଉଠି ବ୍ରସ୍‌ କରିବା ପରେ ଦୁଇ ଗ୍ଲାସ ନଖ ଉଷୁମ ପାଣି ପିଅନ୍ତୁ, ଦେଖିବେ ଆପଣଙ୍କୁ ଫୁର୍ତ୍ତି ଲାଗିବା। ସେହିଭଳି ଭାବେ ରାତିରେ ଶୋଇବା ବେଳେ ଗୋଟେ ଗ୍ଲାସ୍‌ ନଖ ଉଷୁମ୍‌ ପାଣି ପିଇଲେ, ରାତିରେ ନିଦ ଭଲ ହୋଇଥାଏ।

Comment