ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତଦିନରେ ଘରେ ପ୍ରସ୍ତୁତ କରନ୍ତୁ ପରିବା ସାଲାଡ, ଯାହା ସ୍ୱାଦିଷ୍ଟ ଲାଗିବା ସଙ୍ଗେ ସଙ୍ଗେ ଦେହ ପାଇଁ ବି ହିତ ହୋଇଥାଏ।

ଆବଶ୍ୟକୀୟ ସାମଗ୍ରୀ

  • ୧ କୋଲା ରସୁଣ କଟା
  • ଗୋଲମରିଚ ଗୁଣ୍ଡ
  •  ଅଲିଭ୍‌ ତେଲ ୧ ଚାମଚ
  • ୨ଟି ଗାଜର ପତଳା ପତଳା ଲମ୍ବା କାଟିବେ
  • ୨ କପ୍‌ ବ୍ରୋକୋଲି
  • ୨ କପ୍‌ ଫୁଲକୋବି
  • କ୍ୟାପ୍ସିକମ୍‌
  • ବଟି ପିଆଜ
  • ୧ଟି ଟମାଟୋ
  • ୧ ଚାମଚ ଭିନେଗାର

ପ୍ରସ୍ତୁତି ପ୍ରଣାଳୀ

ପ୍ରେସର୍‌କୁକରରେ ପରିବା ଅନୁଯାୟୀ ପାଣି ଭର୍ତ୍ତି କରନ୍ତୁ। ସେଥିରେ ସବୁ ପରିବାକୁ ମଧ୍ୟମ ଆକରରେ କାଟି ପକାନ୍ତୁ। ଟିକେ ଲୁଣ ପକାଇ ଗୋଟେ ସିଟି ଦିଅନ୍ତୁ (ପେସରକୁକରରେ ଅଧିକ ସିଟି ଦେଲେ ପରିବା ସିଝିଯିବ)।

ଏହାପରେ ଆଉ ଏକ ପାତ୍ର ରଖି ସେଥିରେ ଅଲିଭ୍‌ ଅଏଲ ପକାନ୍ତୁ। ତେଲ ହାଲକା ଗରମ ହୋଇଗଲେ, ସେଥିରେ ରସୁଣ, ପିଆଜ ପକାଇ ଏପଟ ସେପଟ କରିବେ। ଏହାପରେ ସିଝା ପରିବା ପକାନ୍ତୁ, ସ୍ୱାଦ ଅନୁଯାୟୀ ଲୁଣ, ରାଗ ପସନ୍ଦ କରୁଥିଲେ ଟିକେ ଲଙ୍କାଗୁଣ୍ଡ ଏବଂ ଶେଷରେ ଗୋଲମରିଚ ପକାଇ ୪ ମିନିଟ୍‌ ପାଇଁ ଘୋଡ଼ାଇ ଦିଅନ୍ତୁ।

ପରଷିବା ପୂର୍ବରୁ ଟିକେ ଏପଟ ସେପଟ କରିଦିଅନ୍ତୁ।

Comment