ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପଇତା ଲାଗି ସେବା ଅନୁଷ୍ଠିତ ହେବ। ଏହି ଗୁପ୍ତ ସେବା ଲାଗି ମହାପ୍ରଭୁଙ୍କ ଦର୍ଶନ ୪ ଘଣ୍ଟା ଧରି ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅପରାହ୍‌ଣ ୪ଟାରୁ ରାତି ୮ ଯାଏଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ଦଇତାପତିମାନେ ସମୂହ ଭାବେ ଏହି ସେବା କରିବେ।

ଅନ୍ୟପଟେ ଉକ୍ତ ଚାରି ଘଣ୍ଟା ଭକ୍ତମାନେ ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟଦେବା ଦେବୀଙ୍କୁ ଦର୍ଶନ କରିପାରିବେ।

Comment