ଓଡ଼ିଶାଲାଇଭ୍ ବ୍ୟୁରୋ
ସୋମବାରଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।
ସଂସଦର ଶୀତ ଅଧିବେଶନ ପୂର୍ବରୁ ରବିବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା। ଏହି ବୈଠକରେ କଶ୍ମୀର ନେତା ଫାରୁକ୍ ଅବଦୁଲ୍ଲାଙ୍କୁ ଗୃହବନ୍ଦୀ, ଆର୍ଥିକ ମାନ୍ଦାବସ୍ଥା ଓ ବେରୋଜଗାର ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଶନିବାର ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ ଗୃହ ପରିଚାଳନା ବିଷୟକୁ ନେଇ ଆଲୋଚନା ହୋଇଥିଲା।
ସଂସଦର ଏହି ଶୀତ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିଲ୍ ଆସିବ ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟତଃ ଏହି ଅଧିବେଶନରେ ସରକାର ନାଗରିକ ସଂଶୋଧନ ବିଲ୍ ଆଣିବା ପାଇଁ ଚେଷ୍ଟା କରୁଛନ୍ତି। ଏହାସହ ଦିଲ୍ଲୀରେ ବେଆଇନ୍ କଲୋନୀକୁ ନିୟମିତ କରିବା ଓ ଡାକ୍ତରଙ୍କ ଆକ୍ରମଣ ମାମଲାରେ ୧୦ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଉପରେ ବିଲ୍ ଆସିପାରେ।