ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟର ପ୍ରଧାନ ଚିଚାରପତି ଭାବେ ସୋମବାର ଶପଥ ନେଇଛନ୍ତି ଶରଦ ଅରବିନ୍ଦ ବୋବଡେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଚାରପତି ବୋବଡେଙ୍କୁ  ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଏଥିସହ ଶରଦ ଅରବିନ୍ଦ ବୋବଡେ ଦେଶର ୪୭ତମ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେଇଛନ୍ତି।  ବୋବଡେ ଦେଶର ବହୁ ଐତିହାସିକ ରାୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି।

ବୋବଡେଙ୍କ ପୂର୍ବରୁ ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଥିଲେ। ନଭେମ୍ବର ୧୭ରେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା।

Comment