ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟର ପ୍ରଧାନ ଚିଚାରପତି ଭାବେ ସୋମବାର ଶପଥ ନେଇଛନ୍ତି ଶରଦ ଅରବିନ୍ଦ ବୋବଡେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଚାରପତି ବୋବଡେଙ୍କୁ  ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଜାଣନ୍ତୁ, କିଏ ସେହି ଜଷ୍ଟିସ୍ ଏସ.ଏ. ବୋବଡେ?

ଜଷ୍ଟିସ ଏସ.ଏ. ବୋବଡେଙ୍କ ପୂରା ନାମ ହେଲା ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ। ସେ ସୁପ୍ରିମକୋର୍ଟର ବିଚାରପତି ଥିଲେ। ଏହାପୂର୍ବରୁ ସେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ରହିଥିଲେ।

ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ ୧୯୫୬ ମସିହା ଏପ୍ରିଲ ୨୪ ତାରିଖରେ ମହାରାଷ୍ଟ୍ରର ନାଗପୁରରେ ଜନ୍ମ ହୋଇଥିଲେ। ସେ ୧୯୭୮ ମସିହାରେ ମହାରାଷ୍ଟ୍ର ବାର କାଉନସିଲ ସହ ଯୋଡ଼ି ହୋଇଥିଲେ।

ସେ ୨୦୦୦ ମସିହାରେ ବମ୍ବେ ହାଇକୋର୍ଟର ଅତିରିକ୍ତ ଜଜ୍ ହୋଇଥିଲେ। ପରେ ସେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୧୩ରେ ସେ ସୁପ୍ରିମକୋର୍ଟର ଜଜ୍ ଭାବେ ନିଯୁକ୍ତ ହୋଇଥିଲେ।

Comment