ଓଡ଼ିଶାଲାଇଭ୍‌ ବ୍ୟୁରୋ  

ଅସାବଧାନତା ଯୋଗୁଁ ଟ୍ରେନରୁ ଖସି ଚାଲିଗଲା ଜୀବନ। ଏଭଳି ଘଟଣା ଘଟିଛି ଝାରସୁଗୁଡା ରୋଡ ରେଳ ଷ୍ଟେସନରେ। ଚଳନ୍ତା ଟ୍ରେନରୁ ଖସି ମଙ୍ଗବାଳ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତ ଯୁବକ ଜଣକ ସଂଜୟ କର ବୋଲି ଜଣା ପଡିଛି।

ମଙ୍ଗଳବାର ସକାଳ ପ୍ରାୟ ୧୧ଟାରେ ଝାରସୁଗୁଡା ରୋଡ ରେଳ ଷ୍ଟେସନରୁ ସମ୍ବଲପୁରରୁ ରାଉରକେଲା ଯାଉଥିବା ଡିଏମୟୁ ଟ୍ରେନ ଛାଡୁଥିବା ବେଳେ ସଂଜୟ ସେଥିରେ ଚଢିବାକୁ ଚେଷ୍ଟା କରିଥିଲେ। ସେ ତରଭରିଆ ଭାବରେ ଟ୍ରେନରେ ଚଢୁଥିବାବେଳେ ତାଙ୍କ ଗୋଡ ତଳକୁ ଖସିଯାଇଥିଲା। ଫଳରେ ଟ୍ରେନ ଚକ ମାଡିଯାଇ ତାଙ୍କ ଦୁଇଗୋଡ ଛିଣ୍ଡିଯିବାସହ ମୁଣ୍ଡରେ ଆଘାତ ଲାଗିଥିଲା।

କିଛି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Comment