ଓଡ଼ିଶାଲାଇଭ୍ ବ୍ୟୁରୋ

ବାଇଗଣରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ ରହିଥିବା ବେଳେ ଅନ୍ୟାନ୍ୟ ଫାଇବର ଓ ପୋଷକତତ୍ତ୍ଵ ମଧ୍ୟ ରହିଛି। ବିଶ୍ୱରେ ପ୍ରତି ୧୦ ଜଣରେ ୫ ଜଣ ବ୍ୟକ୍ତି ବାଇଗଣ ଖାଇଥା’ନ୍ତି। ସବୁଠାରୁ ଅଧିକ ଜାପାନ ଓ ଭାରତରେ ଏହି ପରିବାକୁ ଲୋକେ ପସନ୍ଦ କରିଥାନ୍ତି।

ଜାପାନରେ ଏହାକୁ ଆମିଷ ତରକାରି ସହ ରନ୍ଧାଯାଏ। ଦୈନିକ ବାଇଗଣ ଖାଇବା ଶରୀର ପାଇଁ ଭଲ ବୋଲି ନିକଟରେ ଆମେରିକୀୟ ଗବେଷକ ପ୍ରକାଶ କରିଛନ୍ତି।

ତେବେ ଆସନ୍ତୁ ଜାଣିବା ବାଇଗଣ ଖାଇବା ଦ୍ୱାରା କେଉଁ ରୋଗ ହେବାର ଆଶଙ୍କା କମ୍‌ ଥାଏ

ନିଦ୍ରାହୀନତା: ବାଇଗଣ ଭର୍ତ୍ତାରେ ଏକ ଚାମଚ ମହୁ ମିଶାଇ ଖାଇଲେ ସୁନିଦ୍ରା ହୁଏ। ତରକାରିରେ ଏହା ଖାଇବା ଖୁବ୍ ଲାଭ ପ୍ରଦ।

ହୃଦ୍‌ରୋଗ: ହୃଦରୋଗୀଙ୍କ ପାଇଁ ଏହା ଉତ୍ତମ ପରିବା ଅଟେ। ଏହି ପରିବା ଖାଇଲେ ହୃଦରୋଗର ଆଶଙ୍କା ମଧ୍ୟ କମ୍ ହୋଇଥାଏ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ ଦେଇଛନ୍ତି।

ଅମ୍ଲ ରୋଗ: ବାଇଗଣ ସୁପରେ ହେଙ୍ଗୁ ଓ ରସୁଣ ସମପରିମାଣର ମିଶାଇ ପିଇଲେ ଅମ୍ଲ ରୋଗରୁ ରକ୍ଷା ମିଳେ।

କାଶ ସମସ୍ୟା: ଆଫ୍ରିକୀୟ ଆଦିବାସୀଙ୍କ ମତରେ ବାଇଗଣ ପୋଡାକୁ ଗୋଟା ଖାଇଲେ କାଶ ସମସ୍ୟାରୁ ମୁକ୍ତି ମିଳେ। ସକାଳୁ ଖାଲି ପେଟରେ ବାଇଗଣ ଭର୍ତ୍ତାରେ ଅଳ୍ପ ଚିନି ମିଶାଇ ଖାଇଲେ ରକ୍ତଜନିତ ରୋଗର ଆଶଙ୍କା କମ୍ ହୁଏ।

Comment