ଓଡ଼ିଶାଲାଇଭ୍ ବ୍ୟୁରୋ

ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଆସନ୍ତା ଗୁରୁବାର ଦିନ ଭାରତୀୟ ଦଳ ଘୋଷଣା ହେବ। ତେବେ ମିଳିଥିବା ସୂଚନା ଅନୁସାରେ ଏହି ସିରିଜରେ ଭାରତୀୟ ଓପନର ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯିବ। ତାଙ୍କ ବଦଳରେ ଚୟନ କମିଟି ମୟଙ୍କ ଅଗ୍ରୱାଲଙ୍କୁ ଦିନିକିଆରେ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛି।

ଇଂଲଣ୍ଡରେ ଆୟୋଜିତ ବିଶ୍ୱକପ୍ ପରଠାରୁ ରୋହିତ ଲଗାତାର ଭାବେ କ୍ରିକେଟ୍ ଖେଳିଆସୁଛନ୍ତି। ଏପରିକି ଟେଷ୍ଟ ଟିମରେ ବି ସେ ନିଜର ସ୍ଥାନ ପକ୍କା କରିସାରିଲେଣି। ତେଣୁ ତାଙ୍କୁ ବର୍ତ୍ତମାନ ବିଶ୍ରାମର ଆବଶ୍ୟକତା ଅଛି ବୋଲି ଚୟନ କମିଟି ନିଷ୍ପତ୍ତି ନେଇଛି। ଆଗକୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଥିବାରୁ ଏହା ପୂର୍ବରୁ ରୋହିତଙ୍କୁ ବିଶ୍ରାମ ଦେଲେ ଦଳ ପାଇଁ ଭଲ ହେବ ବୋଲି କମିଟି ଚିନ୍ତା କରୁଛି।

ତେବେ ରୋହିତଙ୍କ ବଦଳରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ଦଳ ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ଦେଇପାରେ। ମୟଙ୍କ ଗତ କିଛିଦିନ ଧରି ଟେଷ୍ଟ କ୍ରିକେଟରେ ନିଜର ଦମଦାର ପ୍ରଦର୍ଶନ ଦେଖାଇ ଆସୁଛନ୍ତି। ତେଣୁ ଦଳ ତାଙ୍କୁ ଦିନିକିଆରେ ସୁଯୋଗ ଦେବ ବୋଲି କୁହାଯାଉଛି।

Comment