ଓଡ଼ିଶାଲାଇଭ୍ ବ୍ୟୁରୋ

  • ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ମାଗଣାରେ ଶିବିର
  • ବିଶେଷଜ୍ଞ ବତାଇବେ ମନେ ରଖିବାର କଳା
  • ସ୍ମୃତି କୌଶଳ ଓ ଅଭ୍ୟାସ ବଳରେ ମିଳି ପାରିବ ସଫଳତା

ପ୍ରତିଟି ମଣିଷର ସଫଳତା ପଛରେ ରହିଛି ତାର ମନର ଶକ୍ତି। ଏହି ମନକୁ ନିୟନ୍ତ୍ରଣ କରେ ତାର ମସ୍ତିଷ୍କ। କେବଳ ଜନ୍ମଗତ କାରଣରୁ ନୁହେଁ, ମନର ଶକ୍ତିକୁ ଠିକଣା କୌଶଳ ବ୍ୟବହାର କରି ଏବଂ ଅଭ୍ୟାସ ବଳରେ ବୃଦ୍ଧି କରାଯାଇପାରେ। ଏହି ମନର ଶକ୍ତିର ଏକ ବଡ଼ ଦିଗ ହେଉଛି ସ୍ମରଣ ଶକ୍ତି। ତେଣୁ ପିଲାମାନେ କିପରି ବୈଦିକ କୌଶଳ ମାଧ୍ୟମରେ ସ୍ମରଣ ଶକ୍ତିକୁ ବଢ଼ାଇ ପାରିବେ ସେ ବାବଦରେ ମେମୋରି ଜିନିୟସ୍‌ ଭାବେ ପରିଚିତ ବିରେନ୍ଦର ମେହେଟ୍ଟା ବତାଇବେ ମାର୍ଗ।

ଭୁବନେଶ୍ୱର ନୁଆଗାଁ ଆଧ୍ୟାତ୍ମିକ ଦିବ୍ୟାଶ୍ରମ ପରିସରରେ ନଭେମ୍ବର ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ହେବ ଦୁଇଦିନିଆ ବୈଦିକ ସ୍ମରଣଶକ୍ତି ଶିବିର। ଏହି ଶିବିରରେ ୧୧ ବର୍ଷରୁ ୧୬ ବର୍ଷ ମଧ୍ୟରେ ଥିବା ସ୍କୁଲ ଛାତ୍ରଛାତ୍ରୀମାନେ ଯୋଗ ଦେଇ ସ୍ମରଣ ଶକ୍ତିକୁ କିପରି ଆହୁରି ନିଜ ଭିତରେ ବିକଶିତ କରିହେବ ସେ ସଂପର୍କରେ ପ୍ରଶିକ୍ଷଣ ନେଇ ପାରିବେ। ପିଲାଙ୍କୁ କୌଶଳ ଶିଖାଇବେ ମେମୋରି ଜିନିୟସ୍‌ ବୀରେନ୍ଦର ମେହେଟ୍ଟା।

ଶିବିରରେ ଯୋଗ ଦେବାକୁ ପଞ୍ଜୀକରଣ

ଏହି ଦୁଇଦିନିଆ ଶିବିରରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ୭୦୦୮୭୧୭୧୫୧, ୯୩୩୮୦୧୬୧୫୩ (ସାହସ ତିଓ୍ଵାରୀ) ମୋବାଇଲ୍ ନମ୍ବରରେ ଫୋନ୍ କରି ନିଜର ନାମ ପଞ୍ଜୀକରଣ କରିପାରିବେ।

ବୀରେନ୍ଦ୍ର ମେହେଟ୍ଟା, ୨୦୦୫ ମସିହାରେ ଅକ୍ସଫୋର୍ଡ ଆଡ୍‌ଭାନସ୍ ଡିକ୍ସନାରିର ୮୦ ହଜାର ଶବ୍ଦର ଅର୍ଥ ଓ ପୃଷ୍ଠା ମନେ ରଖି ଲିମ୍‌କା ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଥିଲେ। ଏହି ଶିବିରରେ ବୀରେନ୍ଦ୍ର ମେହେଟ୍ଟା ପିଲାମାନଙ୍କୁ କିପରି ଚାପମୁକ୍ତ ରହିବେ ଏବଂ ଅଧିକରୁ ଅଧିକ ଶବ୍ଦ ଖୁବ କମ୍‌ ସମୟ ମଧ୍ୟରେ ମନେ ରଖିହେବ ସେ ନେଇ କୌଶଳ ଶିଖାଇବେ।

ଏହି ଦୁଇ ଦିନିଆ ଶିବିରରେ ମେମୋରି ଜିନିୟସ୍‌ ବୀରେନ୍ଦର ମେହେଟ୍ଟାଙ୍କ ସହିତ ତାଙ୍କ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ଦିବ୍ୟାନନ୍ଦ ମହାରାଜ ଉପସ୍ଥିତ ରହି ମଣିଷ ଜୀବନରେ ବୈଦିକ ଜ୍ଞାନର ପ୍ରୟୋଗ ସମ୍ପର୍କରେ ପିଲାଙ୍କୁ ଶିଖାଇବେ।

ଶିବିରର ଦ୍ୱିତୀୟ ଦିବସରେ ପଞ୍ଜୀକୃତ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନଙ୍କୁ ଯୋଗ ଦେବାକୁ ଆଧ୍ୟାତ୍ମିକ ଦିବ୍ୟାଶ୍ରମ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comment