ଓଡ଼ିଶାଲାଇଭ୍ ବ୍ୟୁରୋ

  • ଶନିବାର ଓ ରବିବାର ଚାଲିବ ସ୍ମରଣ ଶକ୍ତି ଶିବିର
  • ଶନିବାର ସକାଳ ୧୦ଟାରୁ ଆରମ୍ଭ ହେବ ଶିବିର
  • ପିଲାମାନଙ୍କୁ କୌଶଳ ଶିଖାଇବେ ମୋମୋରି ଜିନିୟମ ବିରେନ୍ଦର ମେହେଟ୍ଟା
  • ନୁଆଗାଁ ଆଧ୍ୟାତ୍ମିକ ଦିବ୍ୟାଶ୍ରମ ପକ୍ଷରୁ ଏହି ପଦକ୍ଷେପ

ବୈଦିକ କୌଶଳ ମାଧ୍ୟମରେ ପିଲାମାନଙ୍କର ସ୍ମରଣ ଶକ୍ତିକୁ ବଢ଼ାଇବା ପାଇଁ ଭୁବନେଶ୍ୱର ନୁଆଗାଁ ଆଧ୍ୟାତ୍ମିକ ଦିବ୍ୟାଶ୍ରମ ପକ୍ଷରୁ ଦୁଇଦିନିଆ ବୈଦିକ ସ୍ମରଣଶକ୍ତି ଶିବିର ଆୟୋଜନ କରାଯାଉଛି। ନଭେମ୍ବର ୨୩ ସକାଳ ୧୦ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ୨୪ ତାରିଖ ଯାଏଁ ଏହି ଶିବିର ଚାଲିବ।ପିଲାମାନଙ୍କର ସ୍ମରଣ ଶକ୍ତି କିପରି ବଢ଼ିବ ସେନେଇ ମେମୋରି ଜିନିୟସ୍‌ ଭାବେ ପରିଚିତ ବିରେନ୍ଦର ମେହେଟ୍ଟା ମାର୍ଗ ବତାଇବେ।

ଏହି ଦୁଇଦିନିଆ ଶିବିରରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ୭୦୦୮୭୧୭୧୫୧, ୯୩୩୮୦୧୬୧୫୩ (ସାହସ ତିଓ୍ଵାରୀ) ମୋବାଇଲ୍ ନମ୍ବରରେ ଫୋନ୍ କରି ନିଜର ନାମ ପଞ୍ଜୀକରଣ କରୁଛନ୍ତି। ଏବେ ବି ପଞ୍ଜୀକରଣ ପ୍ରକ୍ରିୟା ଚାଲୁ ରହିଛି। ଯେଉଁମାନେ ଚାହୁଁଛନ୍ତି ଏହି ଶିବିରରେ ଯୋଗ ଦେବା ପାଇଁ ସେମାନେ ଉପରୋକ୍ତ ଫୋନ୍‌ ନମ୍ବରରେ ନାଁ ପଞ୍ଜୀକରଣ କରିପାରିବେ।

ବିରେନ୍ଦର ମେହେଟ୍ଟା, ୨୦୦୫ ମସିହାରେ ଅକ୍ସଫୋର୍ଡ ଆଡ୍‌ଭାନସ୍ ଡିକ୍ସନାରିର ୮୦ ହଜାର ଶବ୍ଦର ଅର୍ଥ ଓ ପୃଷ୍ଠା ମନେ ରଖି ଲିମ୍‌କା ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଥିଲେ। ଏହି ଶିବିରରେ ବିରେନ୍ଦର ମେହେଟ୍ଟା ପିଲାମାନଙ୍କୁ କିପରି ଚାପମୁକ୍ତ ରହିବେ ଏବଂ ଅଧିକରୁ ଅଧିକ ଶବ୍ଦ ଖୁବ କମ୍‌ ସମୟ ମଧ୍ୟରେ ମନେ ରଖିହେବ ସେ ନେଇ କୌଶଳ ଶିଖାଇବେ।

ଏହି ଦୁଇ ଦିନିଆ ଶିବିରରେ ମେମୋରି ଜିନିୟସ୍‌ ବିରେନ୍ଦର ମେହେଟ୍ଟାଙ୍କ ସହିତ ତାଙ୍କ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ଦିବ୍ୟାନନ୍ଦ ମହାରାଜ ଉପସ୍ଥିତ ରହି ମଣିଷ ଜୀବନରେ ବୈଦିକ ଜ୍ଞାନର ପ୍ରୟୋଗ ସମ୍ପର୍କରେ ପିଲାଙ୍କୁ ଶିଖାଇବେ।

ଶିବିରର ଦ୍ୱିତୀୟ ଦିବସରେ ପଞ୍ଜୀକୃତ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନଙ୍କୁ ଯୋଗ ଦେବାକୁ ଆଧ୍ୟାତ୍ମିକ ଦିବ୍ୟାଶ୍ରମ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comment