ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଷୀଙ୍କ ପକ୍ଷରୁ ବୁଧବାର ଅତାବିରାରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି।  ଧାନକିଣାରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ସହ ସରକାରୀ  କାର୍ଯ୍ୟାଳୟ, ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିଛି।

ସରକାର ଏଥର ଚାଷୀଙ୍କଠାରୁ ଖରିଫ୍ ଧାନ ସଂଗ୍ରହ କରିବାକୁ ଟୋକନ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଯାହାକୁ ନେଇ ଚାଷୀମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଏହାକୁ ହଟାଇବା ପାଇଁ ପଶ୍ଚିମ ଓଡ଼ିଶା ସମ୍ବଲପୁର, ବରଗଡ଼ ଆଦି ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ଗତ ୩ ଦିନ ହେବ ଚାଷୀ ତାଙ୍କ ଆନ୍ଦୋଳନ ଜାରି ରଖିଛନ୍ତି।

Comment