ଓଡ଼ିଶାଲାଇଭ୍ ବ୍ୟୁରୋ

ଐତିହାସିକ କଟକ ବାଲିଯାତ୍ରାର ଆଜି ଶେଷଦିନ। ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୯ଦିନ ଧରି ଚାଲିଥିଲା ଏହି ଐତିହାସିକ ବାଲିଯାତ୍ରା। ଶେଷରେ ଏହା ବୁଧବାର ଶେଷ ହେବାକୁ ଯାଉଛି।

ପ୍ରତିବର୍ଷ ପରି ଏବର୍ଷ ମଧ୍ୟ କଟକ ବାଲିଯାତ୍ରା କାର୍ତ୍ତିକ ପୂର୍ଣ୍ଣିମା ତିଥିରୁ ଆରମ୍ଭ ହୋଇଥିଲା। ଏବର୍ଷ ବାଲିଯାତ୍ରା ୮ଦିନ ପାଇଁ ଆୟୋଜନ ହେବାର ଥିଲା। ତେବେ ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ନଭେମ୍ବର ୨୦ ତାରିଖ ଅର୍ଥାତ ୯ ଦିନ ଯାଏଁ ବୃଦ୍ଧି କରାଯାଇଥିଲା।

ଉପର ପଡ଼ିଆ ଓ ତଳ ପଡ଼ିଆର କାର୍ତ୍ତିକେଶ୍ୱର ଗଡ଼ାଠାରୁ ଆରମ୍ଭ କରି ସିସୋର୍ ଗଡ଼ା ପର୍ଯ୍ୟନ୍ତ ବାଲିଯାତ୍ରା ଆୟୋଜନ ହୋଇଛି। ବାଲିଯାତ୍ରାରେ ମୋଟ୍ ଉପରେ ୧ ହଜାର ୩୪୧ଟି ଷ୍ଟଲ ସହ ୪ଟି ସାଂସ୍କୃତିକ ମଞ୍ଚ ତିଆରି କରାଯାଇଛି। ଏହାସହ ୩୫ଟି ଦୋଳି ଓ ଝୁଲା ବାଲିଯାତ୍ରାରେ ପଡ଼ିଛି। କଟକ ଐତିହାସିକ ବାଲିଯାତ୍ରାକୁ ଏବର୍ଷ ରାଜ୍ୟ ସରକାର ରାଜ୍ୟସ୍ତରୀୟ ଉତ୍ସବର ମାନ୍ୟତା ଦେଇଛନ୍ତି।

Comment