ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକପ୍ରିୟ ଟେଲି ଅଭିନେତ୍ରୀ ହିନା ଖାନ ଖୁବଶୀଘ୍ର ବଡ଼ ପରଦାରେ ଆସିବେ। ତାଙ୍କ ଅଭିନୀତ ପ୍ରଥମ ବଲିଉଡ ଫିଲ୍ମ ‘‘ହ୍ୟାକ୍ଡ’’ର ସୁଟିଂ ଶେଷ ହୋଇଛି। ଫିଲ୍ମ ରିଲିଜ ହେବା ପାଇଁ ପ୍ରସ୍ତୁତ ହୋଇ ସାରିଲାଣି। ଫିଲ୍ମଟି ୨୦୨୦, ଜାନୁଆରି ୩୧ ରିଲିଜ ହେବା ବୋଲି ସ୍ପଷ୍ଟ ହୋଇଛି।

ହିନାଙ୍କ ଅଭିନୀତ ପ୍ରଥମ ଫିଲ୍ମ ହ୍ୟାକ୍ଡର ନିର୍ଦ୍ଦେଶନା ଦେଇଛନ୍ତି ବିକ୍ରମ ଭଟ୍ଟ। ଏହି ଫିଲ୍ମ ସାଇବର କ୍ରାଇମକୁ ନେଇ ତିଆରି ହୋଇଛି।

ଫିଲ୍ମରେ ହିନା ଖାନ ଜଣେ ଫ୍ୟାଶନ ମାଗାଜିନର ଏଡିଟର୍‌ ଭାବେ ନଜର ଆସିବେ। ଏଥିରେ ତାଙ୍କ ଚରିତ୍ର ବେଶ୍ ଗ୍ଲାମରସ୍‌ ରହିଛି।

ଏଥିରେ ହିନାଙ୍କ ବ୍ୟତୀତ ମୋହିତ ମଲହୋତ୍ରା, ମିଡ ମକ୍କଡ ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ଯଦି ହିନା ଖାନଙ୍କ କାମ କଥା କୁହାଯାଏ ବର୍ତ୍ତମାନ ହିନା ଏହି ଫିଲ୍ମ ବ୍ୟତୀତ ଅନ୍ୟ ପ୍ରୋଜେକ୍ଟରେ ବି କାମ କରୁଛନ୍ତି। ସିରିଏଲ ‘‘ୟେ ରିସ୍ତା କ୍ୟା କେହଲାତା’’ରୁ କ୍ୟାରିୟର ଆରମ୍ଭ କରିଥିବା ହିନା ଖାନ ଆଗାମୀ ଦିନରେ ବଲିଉଡରେ ରାଜ୍‌ କରିବାକୁ ଯାଉଛନ୍ତି।

Comment