ଓଡ଼ିଶାଲାଇଭ୍ ବ୍ୟୁରୋ

ବେରୋଜଗାରୀ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାରକୁ ଅସ୍ତ୍ର କରିଛି କଂଗ୍ରେସ। ଏହି ପ୍ରସଙ୍ଗକୁ ନେଇ ସାରା ଦେଶରେ କଂଗ୍ରେସ ‘ଦେଶ ବଞ୍ଚାଅ’ ଆନ୍ଦୋଳନ କରିବ। ମୋଦି ସରକାରଙ୍କ ଅସଲ ଗୁମରକୁ ପଦାରେ ପକାଇବ କଂଗ୍ରେସ।

ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ମଧ୍ୟ ଏହି ଆନ୍ଦୋଳନ କରାଯିବ। ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ସମାବେଶ ଅନୁଷ୍ଠିତ ହେବ। ଏଥିରେ ବରିଷ୍ଠ କଂଗ୍ରେସ ନେତା ଦୀପାଦାସ ମୁନ୍‌ସି ଯୋଗ ଦେବେ। ଦେଶ ବଞ୍ଚାଅ ସମାବେଶର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବେ।

ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହେବା ପରେ ପ୍ରଥମ ଥର ପାଇଁ ସାରା ଦେଶରେ ଏଭଳି ବଡ଼ ଧରଣର ସମାବେଶ କରିବାକୁ ଯାଉଛି। ଗତ ୬ ବର୍ଷ ଭିତରେ ମୋଦି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହୋଇ ନଥିବାରୁ କଂଗ୍ରେସ ଏହାକୁ ଅସ୍ତ୍ର କରିବାକୁ ଅଣ୍ଟା ଭିଡ଼ିଛି।

Comment