ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାଇ ସହ ମିଶି ସ୍ଵାମୀକୁ ଅତି ନୃଶଂସ ଭାବେ ହତ୍ୟା କରିଛି ସ୍ତ୍ରୀ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ପଟାଧାର ଗାଁରେ। ମୃତକ ଜଣକ ହେଲେ ସେହି ଗାଁର ଟୁଲୁ ପ୍ରଧାନ। ପୋଲିସ ଘଟମାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଟୁଲୁର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ନିଜ ଭାଇ ସହ ମିଶି ସ୍ଵାମୀକୁ ହତ୍ୟା କରିଥିଲା ବବି। ଟୁଲୁ ଭୁବନେଶ୍ଵରରେ ଅଟୋ ଚଳାଉଥିବା ବେଳେ ତାଙ୍କ ସ୍ତ୍ରୀ ଓ ଝିଅ ଗାଁରେ ରହୁଥିଲା। ସ୍ଵାମୀର ଭୁବନେଶ୍ଵରରେ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ସ୍ଵାମୀ-ସ୍ତ୍ରୀ ମଧ୍ୟରେ ସବୁ ବେଳେ ଝଗଡ଼ା ହୁଏ। ୧୫ ଦିନ ତଳେ ବବି ନିଜ ଝିଅକୁ ଧରି ବାପ ଘରକୁ ଚାଲିଯାଇଥିଲା।

ପରେ ବାପ ଘରୁ ଟୁଲୁକୁ ଫୋନ କରି ଘରକୁ ଡାକିଥିଲେ। ଟୁଲୁ ଯାଇ ଶ୍ଵଶୂର ଘରେ ପହଞ୍ଚି ଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପୁମି ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବବି ନିଜ ଭାଇ ଜିତୁଙ୍କ ସହ ମିଶି କଟୁରୀରେ ନୃଶଂସ ଭାବେ ହାଣି ହତ୍ୟା କରିଥିଲା। ପରେ ଦୁହେଁ ଭଞ୍ଜନଗର ଥାନାରେ ଆତ୍ମସମର୍ପଣ କରିଥିଲେ।

Comment