ଗାୟତ୍ରୀ ଦାସ

ଘରେ ପ୍ରସ୍ତୁତ କରନ୍ତୁ ଓଡ଼ିଆମାନଙ୍କର ଫେମସ୍ ବରା – ‘କଦଳୀ ଭଣ୍ଡା ବରା’
ସାମଗ୍ରୀ
- କଦଳୀ ଭଣ୍ଡା – ୧ଟା
- ଅରୁଆ ଚାଉଳ – ଗୋଟେ କପ୍
- ପିଆଜ – ଗୋଟେ
- ଅଦା – ଅଳ୍ପ
- କଞ୍ଚାଲଙ୍କା – ୨/୩ଟି
- ଧନିଆପତ୍ର – ୩ ଚାମଚ
- ଗୋଟା ଜିରା – ଛୋଟ ଚାମଚେ

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ କପେ ଅରୁଆ ଚାଉଳ ପାଣିରେ ବତୁରାଇ ଦେବା, କଦଳୀ ଭଣ୍ଡାରୁ ଫୁଲଗୁଡ଼ିକୁ କାଢ଼ିଦେବା, ତା’ ଭିତରେ ଥିବା ଧଳା ସରୁକାଠିକୁ ବାହାର କରିଦେବା, ଅଳ୍ପ ଲୁଣ ନେଇ ଗୋଟେ ପାତ୍ରରେ ପାଣିରେ ପକାଇବା। ସେହି ପାଣିହାତ ହୋଇ ଭଣ୍ଡା ଛଡ଼ାଇବା ନଚେତ୍ ହାତ କଳା ପଡ଼ିଯିବ। ଭଣ୍ଡା ଛଡ଼ାଇ ସାରିବା ପରେ ତା’କୁ ଭଲ ଭାବରେ ଧୋଇଦେବା। ତା’ପରେ ଛୋଟ ଛୋଟ କରି କାଟି ବତୁରା ଯାଇଥିବା ଚାଉଳରେ ମିଶାଇଦେବା।
ଏବେ ଗ୍ରାଇଣ୍ଡର ଜାର୍ରେ ଭଣ୍ଡା, ଚାଉଳ, ଗୋଟିଏ ଶୁଖିଲା ଲଙ୍କା, ଅଦା ଓ ଜିରା ପକାଇ ଗ୍ରାଇଣ୍ଡ କରିଦେବା, ବେଶୀ ଚିକ୍କଣ ନୁହେଁ ଟିକେ ଦର ଦର ଥିବ କାଢ଼ି ଆଣିବା, ଏବେ ସେହି ବଟାରେ କଟା ପିଆଜ, ରସୁଣ, ଲଙ୍କା, ହଳଦୀ, କଞ୍ଚାଲଙ୍କା କଟା, ଧନିଆ ପତ୍ର କଟା ପକାଇ ଭଲ ଭାବେ ଗୋଳାଇ ଦେବା। ଗ୍ୟାସ୍ରେ ତାୱା ବସାଇ ତେଲ ଦେବା, ତେଲ ଗରମ ହୋଇଗଲେ ଛୋଟ ଛୋଟ ବରା ପରି ଏହାକୁ ଭାଜିଦେବା। ଅଳ୍ପ ବାଦାମୀ ରଙ୍ଗର ହୋଇଗଲେ ଏହାକୁ ଭାତ ସହିତ କିମ୍ବା ଚଟଣୀ ସହିତ ଖାଇପାରିବେ। ଏହା ବିଲ୍କୁଲ୍ ପୋସ୍ତ ବରା ପରି ଲାଗିବ।
















