ଓଡ଼ିଶାଲାଇଭ୍ ବ୍ୟୁରୋ

ସମସ୍ତେ ବିରି ବରା, ନଡ଼ିଆ ବରା କରୁଥିବେ, ହେଲେ ଚିନା ବାଦାମ ବରା ପ୍ରାୟ କମ୍ ଲୋକ ଜାଣିଥିବେ। ଜାଣନ୍ତୁ, ଘରେ କେମିତି କରିବେ ବାଦାମ ବରା।
ଆବଶ୍ୟକୀୟ ସାମଗ୍ରୀ
୪୦୦ ଗ୍ରାମ୍ ଚୋପା ଛଡ଼ା ଚିନା ବାଦାମ
୩ଟି ପିଆଜ
୪ରୁ ୫ଟା ଭୃସୁଙ୍ଗା ପତ୍ର
୮ ଚାମଚ ଚାଉଳ
୧ ଚାମଚ ଜୀରା
ଲୁଣ ସ୍ୱାଦ ଅନୁସାରେ
ଅଧ ଇଞ୍ଚ ଅଦା
୫ରୁ ୬ ପୋଦିନା ପତ୍ର
୫ଟି ଶୁଖିଲା ଲଙ୍କା
ପାଣି ୧୦ ଚାମଚ ବାଟିବା ପାଇଁ
ପ୍ରସ୍ତୁତ ପ୍ରଣାଳୀ

ଚାଉଳରେ ଜୀରା ଓ ବତୁରିବା ଭଳି ପାଣି ପକାଇ ୩୦ ମିନିଟ୍ ଛାଡ଼ି ଦିଅନ୍ତୁ। ୩୦ ମିନିଟ୍ ପରେ ବତୁରିଥିବା ଚାଉଳକୁ ଛାଣି ଦିଅନ୍ତୁ, ସେଥିରେ ବାଦାମ ଶୁଖିଲା ଲଙ୍କା ପକାଇ ବାଟି ଦିଅନ୍ତୁ। ବାଟିବା ବେଳେ ଅଳ୍ପ ପାଣି ଦେବେ, ଯେପରି ବାଦାମର ଆଣରେ ବରା ହୋଇପାରିବ। ଏହାକୁ ଏକ ପାତ୍ରରେ କାଢ଼ି ଏଥିରେ ପିଆଜକୁ କାଟି ପକାନ୍ତୁ। ଭୃସୁଙ୍ଗା ପତ୍ର, ପୋଦିନା ପତ୍ର ଅଦା ଏବଂ ଲୁଣ ପକାଇ ମିଶାଇ ଦିଅନ୍ତୁ।
ଏବେ ଗ୍ୟାସ୍ରେ ଆଉ ଗୋଟେ କଡ଼େଇ ବସାନ୍ତୁ। କଡ଼େଇରେ ରିଫାଇନ୍ ତେଲ ପକାଇ ଗରମ କରିବାକୁ ଦିଅନ୍ତୁ। ତେଲ ଗରମ ହୋଇଗଲେ ବାଦାମ ବରାକୁ ଛାଣନ୍ତୁ। ବରା ବାଦାମୀ ରଙ୍ଗର ହୋଇଗଲେ ତେଲ କଡ଼େଇରୁ ବରାକୁ କାଢ଼ି ଦିଅନ୍ତୁ। ଏହାକୁ ଟମାଟୋ ଓ ଚିଲ୍ଲି ସସ୍ରେ ଲଗାଇ ଗରମ ଗରମ ଖାଇ ପାରିବେ।
















