ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ବାଂଲାଦେଶ ମଧ୍ୟରେ ଇଡେନ୍‌-ଗାର୍ଡେନରେ ଚାଲିଥିବା ଡେ-ନାଇଟ ମ୍ୟାଚର ପ୍ରଥମ ଦିନରେ ବାଂଲାଦେଶର ବ୍ୟାଟ୍ସମ୍ୟାନମାନେ ଫେଲ୍‌ ମାରିଛନ୍ତି। ଭାରତୀୟ ପେସ୍‌ ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି ବାଂଲାଦେଶ ଦଳ। ପ୍ରଥମ ଦିନ ଖେଳରେ ବାଂଲାଦେଶ ଦଳ ସମସ୍ତ ଓ୍ଵିକେଟ ହରାଇ ମାତ୍ର ୧୦୬ ରନରେ ସିମୀତ ହୋଇଛି।

ଇଡେନ୍‌-ଗାର୍ଡେନରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ପକ୍ଷରୁ ସାଦମାନ୍‌ ଇସଲାମ୍‌ ୨୯, ଲିଟନ ଦାସ୍‌ ୨୪ ଓ ନଇମ ହୁସେନ ୧୯ଙ୍କୁ ଛାଡ଼ି ଦେଲେ କୌଣସିବି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଏମାନଙ୍କ ମଧ୍ୟରେ ମୋମିନୁଲ ହକ୍‌, ମହମ୍ମଦ ମିଥୁନ, ମୁଶାଫିକର ରହିମ୍‌, ଆବୁ ଜୟେଦ ଶୂନରେ ଆଉଟ ହୋଇଥିଲେ।

ସେହିପରି ଭାରତୀୟ ବୋଲମାନଙ୍କ ମଧ୍ୟରେ ଇଶାନ୍ତ ଶର୍ମା ସବୁଠାରୁ ସଫଳ ବୋଲର ହୋଇଥିଲେ। ସେ ୧୨ ଓଭରରେ ୨୨ ରନ୍‌ ଦେଇ ୫ଟି ଓ୍ଵିକେଟ ହାସଲ କରିଥିଲେ। ସେହିପରି ଉମେଶ ଯାଦବ ୭ ଓଭରରେ ୨୯ ରନ୍‌ ଦେଇ ୩ଟି ଓ୍ଵିକେଟ ନେଇଥିଲେ। ମହମ୍ମଦ ସାମି ୨ଟି ଓ୍ଵିକେଟ ହାସଲ କରିଥିଲେ।

ବର୍ତ୍ତମାନ ଭାରତ ତା’ର ପ୍ରଥମ ଇଂନିସ ବ୍ୟାଟିଂ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ୭ ଓଭର ବ୍ୟାଟିଂ କରି ୧ ଓ୍ଵିକେଟ ହରାଇ ୨୭ ରନ୍‌ କରିଛି। ଭାରତର ସଫଳ ଓପନର ମୟଙ୍କ ଅଗ୍ରଓ୍ଵାଲ ୧୪ରନ୍ କରି ଆଉଟ ହୋଇଯାଇଛନ୍ତି।

ଇଡେନ୍‌-ଗାର୍ଡେନରେ ଭାରତ ତା’ର ପ୍ରଥମ ଡେ-ନାଇଟ ମ୍ୟାଚ ଖେଳ ଆରମ୍ଭ କରିଛି। ଏହି ମ୍ୟାଚରେ ଗୋଲାପି ରଙ୍ଗର ବଲ୍‌ରେ ଖେଳାଯାଉଛି। ଏହା ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଦ୍ଵିତୀୟ ମ୍ୟାଚ। ଯଦି ଭାରତ ଏହି ମ୍ୟାଚ ଜିତିବ ତେବେ ସିରିଜ କ୍ଲିନ ସୁଇପ କରିବ।

Comment