ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୩୦ରେ ଝାଡ଼ଖଣ୍ଡ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିପାଇଁ ପ୍ରଚାର ଜମୁଛି। ହେଲେ ନିର୍ବାଚନ ପୂର୍ବରୁ ନକ୍ସଲମାନେ ବଡ଼ ଧରଣର ହମ୍‌ଲା କରିଛନ୍ତି। ପୋଲିସ ବାହିନୀ ଉପରକୁ ନକ୍ସଲ ଆକ୍ରମଣ କରିବାରୁ ୪ ଜଣ ପୋଲିସ ସହିଦ ହୋଇଛନ୍ତି। ଲାତେହାର ଜିଲ୍ଲାର ଚନ୍ଦବା ଥାନାଠାରୁ ମାତ୍ର ୨ କିଲୋମିଟର ଦୂରରେ ଏହି ଆକ୍ରମଣ ହୋଇଛି।

ଗୋଟିଏ ଗାଡ଼ିରେ ୪ ଜଣ ପୋଲିସ ପାଟ୍ରୋଲିଂ କରିବାକୁ ବାହାରିଥିଲେ। ଏହି ସମୟରେ ସଶସ୍ତ୍ର ନକ୍ଓଳ ପୋଲିସ ଗାଡ଼ିକୁ ଘେରି ଯାଇଥିଲେ। ସେମାନଙ୍କ ଉପରୁ ଅତର୍କିତ ଗୁଳି ଚାଳନା କରିଥିଲେ। ଫଳରେ ୪ ଜଣ ପୋଲିସ ସହିଦ ହୋଇଛନ୍ତି। ଦୁଇ ଜଣ କନଷ୍ଟେବଲ, ଜଣେ ସବ୍‌ ଇନ୍ସିପେକ୍ଟର ଏବଂ ଗାଡ଼ି ଚାଳକ ସହିଦ ହୋଇଛନ୍ତି।

Comment