ଓଡ଼ିଶାଲାଇଭ୍ ବ୍ୟୁରୋ

ପରିମଳରେ ସ୍ୱଚ୍ଛତା ଆଣିବାରେ ଓଡ଼ିଶା ହେଉଛି ଶ୍ରେଷ୍ଠ ରାଜ୍ୟ। ଏହି ସଫଳତା ଇଣ୍ଡିଆ ଟୁଡେ ଗ୍ରୁପ୍‌ ପକ୍ଷରୁ ଓଡ଼ିଶାକୁ ମିଳିଛି ପୁରସ୍କାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ନୂଆଦିଲ୍ଲୀରେ ଇଣ୍ଡିଆ ଟୁଡେ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ‘ଷ୍ଟେଟ୍‌ ଅଫ ଦି ଷ୍ଟେଟ୍‌ସ୍‌ କନକ୍ଲେଭ-୨୦୧୯’ରେ ଏହି ପୁରସ୍କାର ଦିଆଯାଇଥିଲା। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କଠାରୁ ଶ୍ରୀ ଜେନା ଏହି ପୁରସ୍କାର ଗ୍ରହଣ କରିଥିଲେ।

‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛି। ଜାତୀୟ ସ୍ତରରେ ମଧ୍ୟ ଓଡ଼ିଶାର ଗୁରୁତ୍ୱ ବଢ଼ିଛି। ଓଡ଼ିଶାକୁ ଅଧିକ ସ୍ୱଚ୍ଛ ଏବଂ ସବୁଜ କରିବା ପାଇଁ ଏହି ପୁରସ୍କାର ପ୍ରୋତ୍ସାହିତ କରିବ’’, କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।

Comment