ଓଡ଼ିଶାଲାଇଭ୍ ବ୍ୟୁରୋ

ଘରେ ପ୍ରସ୍ତୁତ କରନ୍ତୁ ବାରିପଦାରେ ପ୍ରସିଦ୍ଧ ମୁଢ଼ିମାଂସ।

ଆବଶ୍ୟକୀୟ ସାମଗ୍ରୀ

  • ୧ କେଜି ମଟନ୍‌
  • ୪ ଟି ବଡ଼ ପିଆଜ
  • ଚିନି ଗୋଟେ ଚାମଚ
  • ୨ ଚାମଚ ଅଦା ପେଷ୍ଟ
  • ୨ ଚାମଚ ରସୁଣ ପେଷ୍ଟ
  • ଗୋଟେ ବଡ଼ ଗୁଜୁରାତି
  • ୧ଟି ଡାଳଚିନି
  • ୨ଟି ଲବଙ୍ଗ
  • ୪ଟି ଗୋଲମରିଚ
  • ୨ଟି ଗୁଜୁରାତ
  • ଜାଇତ୍ରୀ ଗୋଟେ
  • ୧/୪ ହଳଦୀ ଗୁଣ୍ଡ
  • ସ୍ୱାଦ ଅନୁସାରେ ଲୁଣ
  • ନାଲି ଲଙ୍କାଗୁଣ୍ଡ
  • ଏକ ଚତୁର୍ଥାଂଶ ଦହି
  • ୩ରୁ ୪ ଚାମଚ ସୋରିଷ ତେଲ
  • ଗରମ ମସଲା ୧ ଚାମଚ
  • ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ

ମାଂସକୁ ଭଲ ଭାବରେ ଧୋଇ ସେଥିରେ ହଳଦି, ଲୁଣ, ସୋରିଷ ତେଲ, ଅଦା ରସୁଣ ପେଷ୍ଟ, ଦହି, ଗୁଜୁରାତି ଗୁଣ୍ଡ, ଜାଇତ୍ରୀ ଗୁଣ୍ଡ, ଲବଙ୍ଗ ଗୁଣ୍ଡ ଓ ନାଲି ଲଙ୍କା ଗୁଣ୍ଡ, ମଟନ ମସାଲ ମିଶାଇ ଘଣ୍ଟେ ଯାଏଁ ମ୍ୟାରିନେଟ୍‌ କରି ଦିଅନ୍ତୁ।

ଏହାପରେ କଡ଼େଇକୁ ଗ୍ୟାସ୍‌ରେ ବସାନ୍ତୁ। ଥିରେ ସୋରିଷ ତେଲ ପକାଇ ଚିନି ଚାମଚ ପକାନ୍ତୁ। ତେଲରୁ ନାଲି ଉଠିଲେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜିବା ବେଳେ ଗ୍ୟାସ୍‌ର ଜାଳ ଅଧିକ ରଖନ୍ତୁ। ପିଆଜ ବାଦାମୀ ରଙ୍ଗର ହୋଇଗଲେ, ସେଥିରେ ନାଲି ଲଙ୍କା ଗୁଣ୍ଡ ପକାଇ ଟିକେ ପାଣି ପକାନ୍ତୁ (ପାଣି ପକାଇଲେ ପିଆଜରୁ ନାଲି ଉଠିଯାଏ, ଫଳରେ ତରକାରି ନାଲି ଦେଖାଯାଏ)। ଏହାପରେ ଅଦା ରସୁଣ ପେଷ୍ଟ ଦେଇ ମସଲା କଷନ୍ତୁ। ମସଲାରେ ଟିକେ ଲୁଣ ପକାଇଲେ, ମସଲା କଡ଼େଇରେ ଲାଗିବ ନାହିଁ।

ଏବେ ସେଥିରେ ମାଂସ ପକାଇ କଷନ୍ତୁ। ମାଂସ ବୁଡ଼ିବା ଭଳି ଗରମ ପାଣି ଢାଳନ୍ତୁ। କଟା ହୋଇଥିବା ଧନିଆ ପତ୍ର ପକାଇ କଡ଼େଇରେ ଢାଙ୍କୁଣି ଘୋଡ଼ାଇ ଦିଅନ୍ତୁ। ମାଂସକୁ ମଝିରେ ମଝିରେ ଲେଉଟାଇ ଦେବେ। ମାଂସ ଭଲସେ ସିଝିଗଲେ ସେଥିରେ ଗରମ ମସଲା ପକାଇ ଘୋଡ଼େଇ ଦିଅନ୍ତୁ ଏବଂ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ।

ପରଷିବା ପାଇଁ ଗୋଟେ ଥାଳିଆ ଆଣନ୍ତୁ, ସେଥିରେ ତରକାରି ବାଢ଼ନ୍ତୁ। ଏବଂ ଗୋଟେ ଥାଳିରେ ଯେତିକି ଖାଇବେ ମୁଢ଼ି ଆଣନ୍ତୁ, ଏହାକୁ ମାଂସ ତରକାରି ସହ ମିଶାଇ ଖାଆନ୍ତୁ।

Comment