ଓଡ଼ିଶାଲାଇଭ୍ ବ୍ୟୁରୋ

ମଟନ୍‌ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ମଟନକୁ ବିଭିନ୍ନ ଉପାୟରେ ପ୍ରସ୍ତୁତ କରିପାରିବେ। ତେବେ, ଘରେ ପ୍ରସ୍ତୁତ କରନ୍ତୁ ଭିନ୍ନ ଷ୍ଟାଇଲ୍‌ରେ ମଟନ ଡାଲମା ବା ମାଂସ ଡାଲମା।

ସାମଗ୍ରୀ

  • ଖାସି ମାଂସ – ୫୦୦ ଗ୍ରାମ୍‌
  • ସିଝା ବୁଟ ଡାଲି – ୩ କପ୍‌
  • ରିଫାଇଣ୍ଡ ତେଲ – ୪ ଚାମଚ
  • ଅଦା, ରସୁଣ, ପିଆଜ ଓ ଟମାଟୋ ପେଷ୍ଟ – ୪ ଚାମଚ
  • ଲଙ୍କାଗୁଣ୍ଡ – ୨ ଚାମଚ
  • ହଳଦୀ ଗୁଣ୍ଡ – ଦେଢ଼ ଚାମଚ
  •  ପିଆଜ – ୨ଟି
  • ଗରମ ମସଲା
  • ଲୁଣ ସ୍ୱାଦ ଅନୁସାରେ

ପ୍ରଣାଳୀ

ଗ୍ୟାସ୍‌ ଲଗାଇ କଡ଼େଇ ବସାନ୍ତୁ। କଡ଼େଇରେ ୪ ଚାମଚ ତେଲ ପକାଇବା। ତେଲ ଗରମ ହୋଇଗଲେ ପିଆଜକୁ କାଟି ପକାଇବେ। ପିଆଜ ହାଲକା ବାଦାମୀ ହୋଇଗଲେ ସେଥିରେ ବଟା ମସଲା ପକାଇବେ। ଏଥିରେ ଗୋଟେ ଚାମଚ ହଳଦୀଗୁଣ୍ଡ, ଲୁଣ ଗୋଟେ ଚାମଚ ପକାଇ ମସଲା କଷେଇବେ। ମସଲାରୁ ତେଲ ଛାଡ଼ିଗଲା ପରେ ସେଥିରେ ଗୋଟେ ଚାମଚ ଲଙ୍କାଗୁଣ୍ଡ ମିଶାଇବେ। ଏବେ ଏଥିରେ ମାଂସ ପକାଇ କଷାଇବେ। ମାଂସ ଭଲ ଭାବରେ କଷି ହେବା ପରେ ମାଂସ ସିଝିବା ପାଇଁ ପାଣି ଓ ଆବଶ୍ୟକୀୟ ଲୁଣ ପକାଇ ଘୋଡ଼େଇ ଦେବେ। ୪୫ ମିନିଟ୍‌ ପରେ ମାଂସ ସିଝିଯାଇଥିବ। ଏବେ ଢାଙ୍କୁଣି ଖୋଲି ଦେଖିବେ ମାଂସ ସିଝିଛି କି ନାହିଁ, ଯଦି ସିଝି ନଥିବ ତେବେ ମାଂସକୁ ଆଉ କିଛି ସମୟ ଘୋଡ଼େଇ ଦେବେ। ମାଂସ ସିଝି ଗଲା ପରେ ଏଥିରେ ପୂର୍ବରୁ ସିଝେଇ ରଖିଥିବା ବୁଟ ଡାଲି, ଗରମ ମସଲା ଗୋଟେ ଛୋଟ ଚାମଚ ପକାଇବେ। ଏବେ ଏହାକୁ ଘୋଡ଼େଇ ପାଞ୍ଚ ମିନିଟ୍‌ ପାଇଁ ଛାଡ଼ିଦେବେ। ଏବେ ପ୍ରସ୍ତୁତ ହୋଇଗଲା ମଟନ୍‌ ଡାଲମା। ଏହାକୁ ଚକୁଳି ସହ ଖାଇ ଏହାର ମଜା ଉଠାଇପାରିବେ।

Comment