ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ନୂଆ ବର୍ଷ। ଏହି ଅବସରରେ ଘରେ ମାଟି ହାଣ୍ଡି ମଟନ ପ୍ରସ୍ତୁତ କରି ନୂଆବର୍ଷକୁ ଆହୁରି ଖାସ କରନ୍ତୁ।

ଆବଶ୍ୟକୀୟ ସାମଗ୍ରୀ

୧ କେଜି ମଟନ୍‌

୪ ଟି ବଡ଼ ପିଆଜ

ଚିନି ଗୋଟେ ଚାମଚ

୨ ଚାମଚ ଅଦା ପେଷ୍ଟ

୨ ଚାମଚ ରସୁଣ ପେଷ୍ଟ

ଗୋଟେ ବଡ଼ ଗୁଜୁରାତି

୧ଟି ଡାଳଚିନି

୨ଟି ଲବଙ୍ଗ

୪ଟି ଗୋଲମରିଚ

୨ଟି ଗୁଜୁରାତ

ଜାଇତ୍ରୀ ଗୋଟେ

୧/୪ ହଳଦୀ ଗୁଣ୍ଡ

ସ୍ୱାଦ ଅନୁସାରେ ଲୁଣ

ନାଲି ଲଙ୍କାଗୁଣ୍ଡ

ଏକ ଚତୁର୍ଥାଂଶ ଦହି

୩ରୁ ୪ ଚାମଚ ସୋରିଷ ତେଲ

ଗରମ ମସଲା ୧ ଚାମଚ

ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ

ହାଣ୍ଡିକୁ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ। ହାଣ୍ଡିରେ ପାଣି ଭର୍ତ୍ତି କରି ରାତି ସାରା ରଖିଥିବ।

ମାଂସକୁ ଭଲ ଭାବରେ ଧୋଇ ସେଥିରେ ହଳଦି, ଲୁଣ, ସୋରିଷ ତେଲ, ଅଦା ରସୁଣ ପେଷ୍ଟ, ଦହି, ଗୁଜୁରାତି ଗୁଣ୍ଡ, ଜାଇତ୍ରୀ ଗୁଣ୍ଡ, ଲବଙ୍ଗ ଗୁଣ୍ଡ ଓ ନାଲି ଲଙ୍କା ଗୁଣ୍ଡ, ମଟନ ମସାଲ ମିଶାଇ ଘଣ୍ଟେ ଯାଏଁ ମ୍ୟାରିନେଟ୍‌ କରି ଦିଅନ୍ତୁ।

ଏହାପରେ ମାଟି ହାଣ୍ଡିକୁ ଚୂଲିରେ ବସାନ୍ତୁ। ସେଥିରେ ସୋରିଷ ତେଲ ପକାଇ ଚିନି ଚାମଚ ପକାନ୍ତୁ। ତେଲରୁ ନାଲି ଉଠିଲେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜିବା ବେଳେ ଗ୍ୟାସ୍‌ର ଜାଳ ଅଧିକ ରଖନ୍ତୁ। ପିଆଜ ବାଦାମୀ ରଙ୍ଗର ହୋଇଗଲେ, ସେଥିରେ ନାଲି ଲଙ୍କା ଗୁଣ୍ଡ ପକାଇ ଟିକେ ପାଣି ପକାନ୍ତୁ (ପାଣି ପକାଇଲେ ପିଆଜରୁ ନାଲି ଉଠିଯାଏ, ଫଳରେ ତରକାରୀ ନାଲି ଦେଖାଯାଏ)।

ପୂର୍ବରୁ ମ୍ୟାରିନେଟ୍‌ କରାଯାଇଥିବା ମାଂସକୁ ସେହି ହାଣ୍ଡିରେ ପକାନ୍ତୁ। ଗୋଟେ କପ୍‌ ଗରମ ପାଣି ଢାଳନ୍ତୁ। କଟା ହୋଇଥିବା ଧନିଆ ପତ୍ର ପକାଇ ଏକ ଡାଙ୍କୁଣି ଘୋଡ଼ାଇ ଦିଅନ୍ତୁ। ଅଟା ଚକଟାକୁ ଢାଙ୍କୁଣିର ଚାରିପଟ ବନ୍ଦ କରିଦେବେ, ଯେପରି ହାଣ୍ଡି ଭିତରୁ କିଛି ବାମ୍ପ ବାହାରିବ ନାହିଁ।

୧୦ ମିନିଟ୍‌ ପରେ ଗ୍ୟାସ୍‌ର ଜାଳ କମେଇ ଦିଅନ୍ତୁ। ଘଣ୍ଟେ ୩୦ ମିନିଟ୍‌ ପରେ ଗ୍ୟାସ୍‌ ବନ୍ଦ କରନ୍ତୁ। କିନ୍ତୁ ୩୦ ମିନିଟ୍‌ ପର୍ଯ୍ୟନ୍ତ ଡାଙ୍କୁଣି କାଢ଼ନ୍ତୁ ନାହିଁ। ୩୦ ମିନିଟ୍‌ ପରେ ଅଟା ଚକଟା କଢ଼ି ଢାଙ୍କୁଣିକୁ କାଢ଼ି , ସେଥିରେ ଗରମ ମସଲା ପକାନ୍ତୁ। ଯଦି ମାଂସ ସିଝି ନଥିବ, ତାକୁ ଗ୍ୟାସ୍‌ରେ ଆଉ କିଛି ସମୟ ରାନ୍ଧି ପାରିବେ। ପରିଶେଷରେ ଧନିଆ ପତ୍ର ଓ ପୋଦିନା ପତ୍ର ପକାନ୍ତୁ।

LEAVE A REPLY

Please enter your comment!
Please enter your name here