ଓଡ଼ିଶାଲାଇଭ୍ ବ୍ୟୁରୋ

ବିଦାୟ ନେଇଛି ବର୍ଷ ୨୦୨୧। ଏବେ କ୍ୟାଲେଣ୍ଡରେ ଯୋଡ଼ି ହୋଇଛି ଆଉ ଏକ ନୂଆ ମସିହା ୨୦୨୨। କରୋନା କଟକଣା ଯୋଗୁଁ ଚଳିତ ବର୍ଷ ନୂଆବର୍ଷକୁ ଧୁମଧାମରେ ପାଳନ କରାଯାଇପାରି ନାହିଁ। କିନ୍ତୁ ପରସ୍ପରକୁ ନୂଆବର୍ଷର ବର୍ତ୍ତା ଜଣାଇ ଶୁଭେଚ୍ଛା ଦିଆନିଆ ହୋଇଛି। ଏହି କ୍ରମରେ ନୂତନ ବର୍ଷରେ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନେକ ନେତା ତଥା ଶିଳ୍ପପତି ମୁକେଶ ଅମ୍ବାନି ଜନସାଧାରଣଙ୍କୁ ସେମାନଙ୍କର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।

ଚାଷୀଙ୍କୁ ନୂଆବର୍ଷ ଭେଟି ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।  ୨୦୨୨ର ପ୍ରଥମ ଦିନ ଦେଶର ଅନ୍ନଦାତାଙ୍କୁ ସମର୍ପିତ ବୋଲି ସେ କହିଛନ୍ତି। ଚାଷୀଙ୍କୁ ନୂଆ ବର୍ଷର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ପିଏମ୍ କିଷାନ ଯୋଜନାର ଦଶମ କିସ୍ତି ନୂଆବର୍ଷର ପ୍ରଥମ ଦିନରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଇଛି। ସରକାରଙ୍କୁ ଏଥିପାଇଁ ୨୦ହଜାର କୋଟି ଟଙ୍କା ଦେବାକୁ ପଡ଼ିବ। ଏହି ଯୋଜନାରୁ ୧୦ରୁ ଊର୍ଦ୍ଧ୍ଵ ଚାଷୀ ଉପକୃତ ହେବେ।

ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ନବବର୍ଷର ଶୁଭେଚ୍ଛା

ଓଡ଼ିଶାର ପ୍ରଗତି କାମନା କରିବା ସହ ରାଜ୍ୟବାସୀଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନକର ମୁକାବିଲା ପାଇଁ ସମସ୍ତେ ସଜାଗ ରହିବାକୁ ପଡ଼ିବ। ତେଣୁ ସମସ୍ତଙ୍କୁ କୋଭିଡ଼ ନିୟମକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ନୂଆବର୍ଷ ଶୁଭେଚ୍ଛା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନସାଧାରଣଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ଉଲ୍ଲାସ ଆଣିଦେଉ। ଏକବିଂଶ ଶତାବ୍ଦୀରେ ଭାରତକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆମ ସଭିଙ୍କର ସାମୁହିତ ଉଦ୍ୟମ ହେଉ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ମୁକେଶ ଅମ୍ବାନୀଙ୍କ ନୂଆବର୍ଷ ବାର୍ତ୍ତା

ନୂଆ ଲକ୍ଷ୍ୟ, ନୂଆ ସ୍ଵପ୍ନ, ନୂଆ ଆଶା ସବୁକିଛି ତୁମରି ଅପେକ୍ଷାରେ। କ’ଣ ହରେଇଛ, କେତେ ବିଫଳ ହୋଇଛ ଭୂଲିଯାଇ ନିଜ ଭୂଲକୁ ସଧାରିଦିଅ। ତୁମକୁ ସଫଳତା ନିଶ୍ଚୟ ମିଳିବ ବୋଲି ନୂଆବର୍ଷ ଅବସରରେ କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡର ଚ୍ୟାରମ୍ୟାନ ମୁକେଶ ଅମ୍ବାନୀ।

Comment