ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୩୧ ତାରିଖ ରାତି ୧୨ଟା। ବଦଳିଛି କ୍ୟାଲେଣ୍ଡର। ସବୁ ଅପେକ୍ଷାର ଅନ୍ତ ହୋଇ ଆସିଛି ବର୍ଷ ୨୦୨୩। ସ୍ଵାଗତ କରାଯାଇଛି ନୂଆ ବର୍ଷ ୨୦୨୩କୁ। 

ନୂଆ ବର୍ଷକୁ ସ୍ଵାଗତ କରିବା ପୂର୍ବରୁ ଆରମ୍ଭ ହୋଇଥିଲା ଜିରୋ ନାଇଟ ସେଲିବ୍ରେସନ। ଦୁଇ ବର୍ଷ ପରେ ଧୁମଧାମର ସହ ନୂଆବର୍ଷ ପାଳନ କରୁଛନ୍ତି ଓଡ଼ିଶାବାସୀ। ଖାସ କରି ଟୁଇନସିଟି ଭୁବନେଶ୍ଵର ଏବଂ କଟକରେ ଜମିଛି ସେଲିବ୍ରେସନର ଆସର। ନାଚ, ଗୀତ ସାଙ୍ଗକୁ ବାଜା ବଜାଇ ବାଣ ଫୁଟାଇ ୨୦୨୩କୁ ସ୍ଵାଗତ ଚାଲିଛି।

ଚଳିତ ବର୍ଷ ନୂଆବର୍ଷ ସେଲିବ୍ରେସନ କରିବାକୁ ସମସ୍ତେ ଅପେକ୍ଷାରେ ରହିଥିଲେ। କାରଣ କୋଭିଡ ମହାମାରୀ ପାଇଁ ନୂଆବର୍ଷ ପାଳନ ପାଇଁ ଲାଗିଥିଲା କଟକଣା। ଖାସ କରି ରାଜଧାନୀ ଭୁବନେଶ୍ଵରରେ ଏଥର ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ବିଭିନ୍ନ ହୋଟେଲ ଏବଂ ଖୋଲାପଡ଼ିଆରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ହୋଇଛି ସ୍ଵତନ୍ତ୍ର ଆୟୋଜନ। ଓଡ଼ିଶାର ଜଣାଶୁଣା କଳାକାର ପହଞ୍ଚିଛନ୍ତି ଓଡ଼ିଶାବାସୀଙ୍କ ମନୋରଞ୍ଜନ କରିବାକୁ।

କିଏ ଟିକେଟ କିଣି ଜିରୋ ନାଇଟ ସେଲିବ୍ରେସନ ପାଇଁ ପହଞ୍ଚିଛି ତ କିଏ ସାଙ୍ଗସାଥୀଙ୍କୁ ସାଙ୍ଗରେ ଧରି ନିଜ ମନପସନ୍ଦର ଜାଗାରେ ନୂଆବର୍ଷର ସ୍ଵାଗତ କରୁଛନ୍ତି। ଦୁଇ ବର୍ଷ ପରେ ଜିରୋ ନାଇଟ ସେଲିବ୍ରେସନ ହେଉଥିବାରୁ ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଥିବା ଇଭେଣ୍ଟରେ ପ୍ରବେଶ ପାଇଁ ଟିକେଟ ଦର ଟିକେ ଅଧିକ ରହିଛି। ଟିକେଟର ମୂଲ୍ୟ ୫୦୦ରୁ ଆରମ୍ଭ ହୋଇ ୫୦୦୦ ଟଙ୍କା ଟପିଛି। ବିଭିନ୍ନ ସ୍ଥାନରେ ନୂଆବର୍ଷ ପାଇଁ ଆୟୋଜନ ହୋଇଥିବା ଇଭେଣ୍ଟରେ ଜୋରସୋର ଜିରୋ ନାଇଟ ସେଲିବ୍ରେସନ ଚାଲିଛି।

Tags: #NewYear2023 #ZeroNightCelebration #Party #CovidfreeNewYear #Celebration

LEAVE A REPLY

Please enter your comment!
Please enter your name here