ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରରେ ବିଜେପିର ସରକାର ଗଠନ କରିବା ପରେ ଏନ୍‌ସିପିକୁ ଟାର୍ଗେଟ କଲା ଶିବସେନା। ଶିବସେନା ମୁଖପାତ୍ର ସଞ୍ଜୟ ରାଓ୍ୱତ ସିଧାସଳଖ ଟାର୍ଗେଟ କରି ଏନସିପି ନେତା ତଥା ମହାରାଷ୍ଟ୍ରର ନୂଆ ଉପମୁଖମନ୍ତ୍ରୀ ଅଜିତ ପାଓ୍ୱାରଙ୍କୁ ବିଶ୍ୱାସଘାତକ ବୋଲି କହିଛନ୍ତି।

‘‘ଅଜିତ ପାଓ୍ୱାର ବିଶ୍ୱାସଘାତକତା କରିଛନ୍ତି, ଜନତା ଏହାର ଠିକ୍‌ ଜବାବ ଦେବେ। ଅଜିତ ଶୁକ୍ରବାର ରାତି ୯ଟା ଯାଏଁ ଆମ ସହ ଥିଲେ। ପରେ ହଠାତ କୁଆଡ଼େ ଉଭାନ ହୋଇଯାଇଥିଲେ। ସେ ଆମ ଆଖିରେ ଆଖି ମିଶାଇ ପାରୁନଥିଲେ। ସେଥିପାଇଁ ସନ୍ଦେହ ହୋଇଥିଲା’’, କହିଛନ୍ତି ସଞ୍ଜୟ ରାଓ୍ୱତ।

ଏହି ଷଡ଼ଯନ୍ତ୍ରରେ ରାଜ୍ୟପାଳ ବି ସାମିଲ ରହି କ୍ଷମତାର ଦୁରୁପୋଯୋଗ କରିଛନ୍ତି ବୋଲି ସଞ୍ଜୟ ରାଓ୍ୱତ କହିଛନ୍ତି।

ସମସ୍ତଙ୍କୁ ଚକିତ କରି ଶନିବାର ସକାଳେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନାଭିସ। ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ପୁତୁରା ଅଜିତ ପାଓ୍ୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Comment