ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ୍ ଟିମର ୭ ଜଣ ଖେଳାଳିଙ୍କୁ ମାଗିଛି ବାଂଲାଦେଶ କ୍ରିକେଟ୍ ବୋର୍ଡ। ଆସନ୍ତା ମାର୍ଚ୍ଚ ୧୮ ଓ ୨୧ ତାରିଖରେ ହେବାକୁ ଥିବା ୱାର୍ଲଡ ଇଲେଭେନ୍ ଓ ଏସିଆ ଇଲେଭେନ୍ ମ୍ୟାଚ୍ ପାଇଁ ବାଂଲାଦେଶ କ୍ରିକେଟ୍ ଭାରତୀୟ ଖେଳାଳି ମାଗିଛି।

ଏନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡ ବିସିସିଆଇକୁ ନିଜର ଅନୁରୋଧ ପତ୍ର ପଠାଇସାରଛି। ଏଥିରେ ପୂର୍ବ ଅଧିନାୟକ ଏମ୍ଏସ୍ ଧୋନି, ବିରାଟ କୋହଲି, ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା, ଭୁବନେଶ୍ୱର କୁମାର ଓ ରବୀନ୍ଦ୍ର ଜାଡେଜାଙ୍କ ନାଁ ସାମିଲ ଅଛି।

ଏହି ଖେଳାଳିମାନଙ୍କୁ ଏସିଆ ଇଲେଭେନ୍ ପକ୍ଷରୁ ଖେଳିବା ପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡ ବିସିସିଆଇକୁ ଅନୁମତି ମାଗିଛି। ତେବେ ଏପର୍ଯ୍ୟନ୍ତ ବିସିସିଆଇ ଏହାର କୌଣସି ଉତ୍ତର ରଖିନାହିଁ।

LEAVE A REPLY

Please enter your comment!
Please enter your name here