ଓଡ଼ିଶାଲାଇଭ୍‌ ବ୍ୟୁରୋ

୮୪ଟି ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି, ଡିସେମ୍ଵର ୩୧ ଯାଏଁ କରିପାରିବେ ଆବେଦନ।

ରାଜ୍ୟ ଗୃହରକ୍ଷୀ ନିର୍ଦ୍ଦେଶାଳୟ ତରଫରୁ ମୟୂରଭଞ୍ଜ ଜିଲ୍ଲାରେ ୮୪ଟି ହୋମଗାର୍ଡ ସ୍ଵେଚ୍ଛାସେବୀ ପଦବୀ ପାଇଁ ଦରଖାସ୍ତ ଆହ୍ଵାନ କରାଯାଉଛି। ୮୪ଟି ପଦବୀ ମଧ୍ୟରୁ ୭୬ଟି ପୁରୁଷ ଓ ୮ଟି ମହିଳାମାନଙ୍କ ପାଇଁ ଅଟେ। ଇଚ୍ଛୁକ ପ୍ରାର୍ଥୀମାନେ ଡିସେମ୍ଵର ୩୧ ସୁଦ୍ଧା ଆବେଦନ କରିପାରିବେ।

ପଦବୀ ସଂଖ୍ୟା

୮୪

ବୟସ ସୀମା

୨୦ରୁ ୬୦ ବର୍ଷ

ଶିକ୍ଷାଗତ ଯୋଗ୍ୟତା

ସପ୍ତମ ପାସ୍‌ କରିଥିବା ଦରକାର। ପ୍ରାର୍ଥୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ହୋଇଥିବା ଦରକାର।

ଆବେଦନ ପ୍ରକ୍ରିୟା

ଆବେଦନ କରିବା ପାଇଁ ପ୍ରାର୍ଥୀମାନେ ଓ୍ଵେବସାଇଟ odishafshgscd.gov.in କୁ ଯାଇ ଫର୍ମ ‘କ’ରେ ସମସ୍ତ ସ୍ଥାନ ସଠିକ ଭାବେ ପୂରଣ କରି ନିଜର ସମସ୍ତ ପ୍ରମାଣପତ୍ରରେ ଦସ୍ତଖତ କରି ସେ ସବୁକୁ ଦରଖାସ୍ତ ଫର୍ମ ସହ ନିଜ ଥାନା ଅଧିକାରୀଙ୍କ ଜରିଆରେ କିମ୍ଵା ନିଜେ ସିଧା ସଳଖ ଜିଲ୍ଲା ଗୃହରକ୍ଷୀ ଅଫିସ୍‌, ମୟୂରଭଞ୍ଜକୁ ପଠାଇବାକୁ ହେବ।

ଶେଷ ତାରିଖ

୩୧ ଡିସେମ୍ଵର ୨୦୧୯

Comment