ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାଦେଶରେ ମହାରାଷ୍ଟ୍ର ପାଇଁ ଚର୍ଚ୍ଚା ଚାଲିଥିଲା ବେଳେ ଆଜିର ଦିନଟି ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। ସମସ୍ତଙ୍କ ନଜର ସୁପ୍ରିମକୋର୍ଟଙ୍କ ରାୟ ଉପରେ ରହିଛି। ଆଜି ସୁପ୍ରିମକୋର୍ଟଙ୍କ ରାୟ ମହାରାଷ୍ଟ୍ର ରାଜନୀତିର ଭବିଷ୍ୟତ ନିର୍ଦ୍ଧାରଣ ହେବ।

ଫ୍ଲୋର ଟେଷ୍ଟକୁ ନେଇ କୋର୍ଟ ଆଜି ଶୁଣାଣି କରିବେ। ଗତକାଲି ସୁପ୍ରିମକୋର୍ଟ ଶୁଣାଣି କରି କେନ୍ଦ୍ର, ରାଜ୍ୟ, ଫଡନଭିସ, ଅଜିତ ପାଓ୍ୱାରକୁ ନୋଟିସ୍‌ କରିଥିଲେ। ରାଜ୍ୟପାଳଙ୍କ ଆମନ୍ତ୍ରଣ ଚିଠି ସମେତ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରିବାକୁ କୋର୍ଟ କହିଥିଲେ।

ଅନ୍ୟପକ୍ଷରେ ବିଦ୍ରୋହୀ ଏନସିପି ନେତା ଅଜିତ ପାଓ୍ଵାରଙ୍କୁ ବୁଝାଇବାକୁ ଯାଇଥିବା ବରିଷ୍ଠ ଏନସିପି ନେତା ଛଗନ ଭୁଜବଳ ବିଫଳ ହୋଇ ଫେରିଆସିଛନ୍ତି।

ଯେଉଁଭଳି ଢଙ୍ଗରେ ମହାରାଷ୍ଟ୍ରରେ ସରକାର ଗଠନ ହେଲା ତାକୁ ନେଇ ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

Comment