ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରରେ ଚାଲିଥିବା ହାଇଭୋଲଟେଜ ପଲିଟିକାଲ ଡ୍ରାମାରେ ଆଉ ଏକ ବଡ଼ ଟୁଇଷ୍ଟ ଆସିଛି। ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାଓ୍ୱାର ଇସ୍ତଫା ଦେଇଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ ଦିନ ସାଢ଼େ ୩ଟାରେ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦେବେନ୍ଦ୍ର କ’ଣ କହିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଆଜି ସୁପ୍ରିମକୋର୍ଟଙ୍କ ରାୟ ପରେ ଅଜିତ ପାଓ୍ୱାର ମୁମ୍ବାଇସ୍ଥିତ ଦେବେନ୍ଦ୍ର ଫଡନଭିସଙ୍କ ବାସଭବନକୁ ଯାଇଥିଲେ।   ସେଠାରେ ଦୁଇ ନେତାଙ୍କ ମଧ୍ୟରେ କିଛି ସମୟ ଆଲୋଚନା ହୋଇଥିଲା।

ଅଜିତ ନଭେମ୍ବର ୨୩ରେ ବିଜେପିକୁ ସମର୍ଥନ ଦେବାକୁ ଘୋଷଣା କରିଥିଲେ। ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Comment