ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦେଶର ସୁରକ୍ଷା ଓ ବିକାଶ କ୍ଷେତ୍ରରେ ଏକ ନୂଆ ଇତିହାସ ରଚିଛି। ବୁଧବାର ସକାଳ ୯.୨୮ରେ ଇସ୍ରୋ ପକ୍ଷରୁ ସାଟେଲାଇଟ୍‌ କାର୍ଟୋସାଟ୍‌-୩ ସଫଳତାର ସହ ଲଞ୍ଚ୍‌ ହୋଇଛି। ଏହି ସାଟେଲାଇଟ୍‌ ବଳରେ ଭାରତୀୟ ସୀମାରେ ଆତଙ୍କବାଦୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିହେବ। ସେହିପରି ଜରୁରୀ ସମୟରେ ସର୍ଜିକଲ ଷ୍ଟ୍ରାଇକ୍‌ କିମ୍ବା ଏୟାର ଷ୍ଟ୍ରାଇକ୍‌ ମଧ୍ୟ କରିହେବ।

କାର୍ଟୋସାଟ୍‌-୩ ସାଟେଲାଇଟ୍‌ରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ କ୍ୟାମେରା ରହିଛି। ଏହା ସାହାଯ୍ୟରେ ମହାକାଶରୁ ଭାରତ ଉପରେ ତୀକ୍ଷ୍ଣ ନଜର ରଖିହେବ। ଏପରିକି ଆପଣଙ୍କ ହାତ ଘଣ୍ଟାରେ ସମୟ କେତେଟା ବାଜିଛି, ମହାକାଶରୁ ତାହାର ଫଟୋ ମଧ୍ୟ ଉଠାଇପାରିବ ଏହି ସାଟେଲାଇଟ୍‌। ବୁଧବାର ବେଙ୍ଗାଳୁରୁ ଶ୍ରୀହରିକୋଟାରୁ ଏହି ଉପଗ୍ରହ ସଫଳତାର ସହ ଲଞ୍ଚ ହୋଇଛି।

କାର୍ଟୋସାଟ୍‌-୩ର ସଫଳ ଲଞ୍ଚିଂ ପରେ ଇସ୍ରୋ ମୁଖ୍ୟ କେ ସିଭନ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ” ବୁଧବାର କାର୍ଟୋସାଟ୍‌-୩ ସାଟେଲାଇଟ୍‌ର ସଫଳ ଉତ୍‌କ୍ଷେପଣ ହୋଇଛି। ପିଏସ୍‌ଏଲ୍‌ଭି-ସି୪୭ ଜରିଆରେ କାର୍ଟୋସାଟ୍‌-୩ ସହିତ ଆଉ ୧୩ଟି ଆମେରିକୀୟ ନାନୋ ସାଟେଲାଇଟ୍‌ ଲଞ୍ଚ୍‌ କରାଯାଇଛି। ଏଥିପାଇଁ ମୁଁ ପୁରା ଟିମ୍‌କୁ ଧନ୍ୟବାଦ ଦେଉଛି। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଆମେ ଆଉ ୧୩ଟି ସାଟେଲାଇଟ୍‌ ଲଞ୍ଚ୍‌ କରିବାକୁ ଟାର୍ଗେଟ୍‌ ରଖିଛୁ।”

Comment