ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭାରେ ପାରିତ ହେଲା ଦାଦ୍ରା ନଗର ହାବେଳୀ ଓ ଡାମନ ଡିଉକୁ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ କରିବା ବିଲ୍

ଭାରତର ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ନଗର ହାବେଳୀ ଓ ଡାମନ ଡିଉକୁ ଏକାଠି କରିବେ କେନ୍ଦ୍ର ସରକାର। ଏନେଇ ବୁଧବାର ଲୋକସଭାରେ ବିଲ୍ ପାସ୍ ହୋଇଯାଇଛି।

ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଜି କିଶାନ୍ ରେଡ୍ଡୀ ଲୋକସଭାରେ ଏହି ବିଲ୍ ଆଗତ କରିବା ପରେ ବୁଧବାର ଏହି ବିଲ୍ ଲୋକସଭାରେ ପାସ୍ ହୋଇଛି। ଏହି ବିଲ୍ ଅନୁସାରେ ଦାଦ୍ରା ନଗର ହାବେଳୀ ଓ ଡାମନ ଡିଉ ଦୁଇ କେନ୍ଦ୍ରଶାସିତ ଅଞ୍ଚଳକୁ ମିଶାଇ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବ।

ଏହି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ପାଖାପାଖି ରହିଥିଲେ ମଧ୍ୟ ଦୁଇଟି ଭିନ୍ନ ଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳ ହୋଇରହିଛି। ଫଳରେ ଏହି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନିକ କାର୍ଯ୍ୟ ପାଇଁ ବହୁତ ଖର୍ଚ୍ଚ ହେଉଛି। ଏହାର ମିଶ୍ରଣ କରିବା ପରେ ପ୍ରଶାସନିକ କାର୍ଯ୍ୟ କରିବା ସହଜ ହେବ ବୋଲି ବିଲରେ କୁହାଯାଇଛି। ଏହି ବିଲ୍ ଆଇନରେ ପରିଣତ ହେଲେ ଭାରତର କେନ୍ଦ୍ରଶାସିତ ଅଞ୍ଚଳ ସଂଖ୍ୟା ୯ରୁ କମିଯାଇ ୮ରେ ପହଞ୍ଚିଯିବ।

Comment