ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଲ୍‌.ଭି.ପି.ଇ.ଆଇ ପକ୍ଷରୁ ଶିଶୁ ଚକ୍ଷୁ ଯତ୍ନ ଉପରେ ସଚେତନତା କାର୍ଯ୍ୟକ୍ରମ। ଏନେଇ ‘ଶିଶୁ ଚକ୍ଷୁ ଯତ୍ନ ସଚେତନତା ପଦଯାତ୍ରା’ ଆୟୋଜିତ ହୋଇଯାଇଛି।

ଏଲ୍‌.ଭି.ପି.ଇ.ଆଇ ପକ୍ଷରୁ ଶିଶୁ ଚକ୍ଷୁ ଯତ୍ନ ଉପରେ ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମାୟୋପିଆର ମୁକାବାଲି ପାଇଁ ନିକଟରେ ମାଇଁସାଇକ୍ଲୋଥନ୍ ଭଳି ଏକ ମେଗା ସଚେତନତା କାର୍ଯ୍ୟକ୍ରମ ଆୟୋଜନ ସଂପର୍କରେ ଘୋଷଣା କରିବା ପରେ ଏଲ.ଭି ପ୍ରସାଦ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନ(ଏଲ୍‌.ଭି.ପି.ଇ.ଆଇ) ପକ୍ଷରୁ ଶିଶୁମାନଙ୍କ ଆଖିର ଯତ୍ନ ପାଇଁ ଏକ ‘ଶିଶୁ ଚକ୍ଷୁ ଯତ୍ନ ସଚେତନତା ପଦଯାତ୍ରା’ ଆୟୋଜିତ ହୋଇଯାଇଛି।

ଏଲ୍‌.ଭି.ପି.ଇ.ଆଇ, ଭୁବନେଶ୍ୱରରେ ଥିବା ମିରିୟାମ୍ ହାଏମ୍ୟାନ୍ ଚିଲ୍‌ଡ୍ରେନ୍ସ ଆଇ କେୟାର ସେଣ୍ଟର ପକ୍ଷରୁ ଆୟୋଜିତ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ, ବିଭିନ୍ନ ବିଷୟରେ ଆଲୋଚନାଚକ୍ର ଓ ନୃତ୍ୟ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ଶେଷ ଦିନରେ ଶିଶୁ ଚକ୍ଷୁ ଯତ୍ନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଏକାଧିକ ସ୍କୁଲର ଛାତ୍ରଛାତ୍ରୀ ଓ ଅନାଥାଶ୍ରମର ପିଲାମାନେ, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଭାଗ ନେଇଥିଲେ।

ପଦଯାତ୍ରାରେ ସେମାନେ ପଟିଆ ଛକରୁ ବିଗ୍ ବଜାର ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି ଫେରିଥିଲେ। ଏହି ସାତ ଦିନ ବ୍ୟାପୀ କାର୍ଯ୍ୟକ୍ରମ ଅବସରରେ ଚକ୍ଷୁ ବିଶେଷଜ୍ଞମାନେ ଅଭିଭାବକମାନଙ୍କ ସହ ପିଲାଙ୍କର ଚକ୍ଷୁ ଯତ୍ନର ବିଭିନ୍ନ ଦିଗ ଉପରେ ପରାମର୍ଶ ଦେଇଥିଲେ। ଶେଷ ଦିନରେ ନିକଟସ୍ଥ ଏକ ଅନାଥାଶ୍ରମର ୪୦ରୁ ଅଧିକ ପିଲାଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯାଇଥିଲା।

ଏଲ୍‌.ଭି.ପି.ଇ.ଆଇ, ଭୁବନେଶ୍ୱର ସବୁ ବେଳେ ଅପହଞ୍ଚ ଲୋକଙ୍କ ପାଖରେ ଚକ୍ଷୁ ଚିକିତ୍ସା ସେବାକୁ ପହଞ୍ଚାଇବା ଏବଂ ସେମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଉପରେ କାମ କରିବା ଉପରେ ଗୁରୁତ୍ୱ ଦେଇଥାଏ। ଏଠାରେ ଥିବା ମିରିୟାମ୍ ହାଏମ୍ୟାନ୍ ଚିଲ୍‌ଡେ୍ରେନ୍ସ ଆଇ କେୟାର ସେଣ୍ଟରରେ ଶିଶୁମାନଙ୍କ ଚକ୍ଷୁର ସମସ୍ତ ପ୍ରକାର ଚିକିତ୍ସା ସାଙ୍ଗକୁ ଜଟିଳ ଅସ୍ତ୍ରୋପଚାର କରାଯାଇଥାଏ।

Comment