ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ବରୁଣ ଧଓ୍ୱନ ଏବେ ତାଙ୍କ ଆଗାମୀ ଫିଲ୍ମ କୁଲି ନମ୍ବର ୧ର ସୁଟିଂରେ ବ୍ୟସ୍ତ ଅଛନ୍ତି। କୁଲି ନମ୍ବର ୧ ସୁଟିଂ ସେଟ୍‌ରେ ଦୁର୍ଘଟଣାର ଶିକାର ହୋଇଛନ୍ତି ଅଭିନେତା ବରୁଣ। ସୌଭାଗ୍ୟବଶତଃ ବରୁଣଙ୍କୁ ଏହି ଦୁର୍ଘଟଣା କୌଣସି ପ୍ରକାର ଆଘାତ ଲାଗିନାହିଁ।

ରିପୋର୍ଟ ଅନୁସାରେ ଫିଲ୍ମର ଏକ ଆକ୍ସନ ସିନ ପାଇଁ ସୁଟିଂ କଲାବେଳେ ଏହି ଦୁର୍ଘଟଣା ଘଟିଛି। ଏହାପୂର୍ବର ମଧ୍ୟ ସୁଟିଂସେଟରେ ଦୁର୍ଘଟଣା ହୋଇଛି। କିଛି ଦିନ ପୂର୍ବରୁ ଫିଲ୍ମ ସୁଟିଂ ଚାଲିଥିଲା ବେଳେ ସେଟରେ ନିଆଁ ଲାଗି ଯାଇଥିଲା। ବରୁଣ ଧଓ୍ୱନ ଓ ସାରା ଅଲ୍ଲୀ ଖାନ ଅଭିନୀତ ଏହି ଫିଲ୍ମ ୨୦୨୦ରେ ରିଲିଜ ହେବ।

Comment