ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

India's Dutee Chand celebrates on the podium after winning the silver medal in the women's 100m final during the athletics competition at the 18th Asian Games in Jakarta, Indonesia, Sunday, Aug. 26, 2018. (AP Photo/Bernat Armangue)
ଧାବିକା ଦୂତି ଚାନ୍ଦଙ୍କ ଉପରେ ଫିଲ୍ମ ହେବ। ଅନ୍ୟ କେହି ନୁହଁନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଏହି ଚିତ୍ରଟି ନିର୍ମାଣ କରୁଛନ୍ତି। ହିନ୍ଦୀରେ ହେବାକୁ ଥିବା ଏହି ଫିଚର ଫିଲ୍ମର କାହାଣୀ ନିଜେ ହିମାଂଶୁ ଲେଖୁଥିବା ବେଳେ ତାଙ୍କୁ ସାହାଯ୍ୟ କରୁଛନ୍ତି ମୁମ୍ବାଇର ମହିମ ଯୋଶୀ। ଦୂତିଙ୍କ ପିଲା ବେଳଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଯେତେ ସବୁ ଘଟଣା ତାଙ୍କ ଜୀବନରେ ଘଟିଯାଇଛି ସେ ସବୁ କଥା ଏହି ଫିଲ୍ମରେ ରହିବ।

କାଦମ୍ବିନୀ ପତ୍ରିକାର ସମ୍ପାଦିକା ଇତି ସାମନ୍ତ ଦୂତିଙ୍କ ଉପରେ ଉପନ୍ୟାସଟିଏ ବି ଲେଖୁଛନ୍ତି। ଏଥିପାଇଁ ଯେଉଁ ଉପାଦାନ ସଂଗୃହିତ ହୋଇଛି ତାହାକୁ ହିମାଂଶୁ ଏହି ବାୟୋପିକରେ ବ୍ୟବହାର କରିବେ। ତା’ ଛଡ଼ା ନିଜେ ବି ସେ କିଛି ଅଧିକ ତଥ୍ୟ ସଂଗ୍ରହ କରୁଥିବା କଥା କହିଛନ୍ତି ହିମାଂଶୁ।

ପୁଣେ ଫିଲ୍ମ ଓ ଟେଲିଭିଜନ ଇନଷ୍ଟିଚ୍ୟୁଟରେ ପଢ଼ିଥିବା ହିମାଂଶୁ ଶୂନ୍ୟ ସ୍ୱରୂପ (୧୯୯୭) ଓ କଥାନ୍ତର (୨୦୦୭)ପାଇଁ ଜାତୀୟ ପୁରସ୍କାର ଲାଭ କରିଥିଲେ। ହିମାଂଶୁ ଏବେ ହିରୋଇନ ଖୋଜିବାରେ ବ୍ୟସ୍ତ ଅଛନ୍ତି ଯିଏ କି ଦୂତି ଭୂମିକାରେ ଅଭିନୟ କରିବେ।

ବଲିଉଡରେ ହିରୋଇନମାନଙ୍କ କାମ ଏତେ ବେଶି ଯେ ଦୁଇ ତିନି ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ସମୟ ନାହିଁ। ଏଣୁ ଜଣେ ଲୋକପ୍ରିୟ ହିରୋଇନ ପାଇବା କଷ୍ଟ। ଦୂତିଙ୍କ ଉପରେ ହେବାକୁ ଥିବା ଏହି ହିନ୍ଦୀ ଫିଲ୍ମ ପାଇଁ ମୁମ୍ବାଇର ଏକ ପ୍ରଯୋଜନା ସଂସ୍ଥା ସହ ମଧ୍ୟ ଆଲୋଚନା ଚାଲିଛି ବୋଲି କହିଛନ୍ତି ହିମାଂଶୁ ଖଟୁଆ।

Comment