ଓଡ଼ିଶାଲାଇଭ୍ ବ୍ୟୁରୋ

କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ଏଣିକି କ୍ଲାସରେ ୭୫ ପ୍ରତିଶତ ଉପସ୍ଥାନ ନଥିଲେ ସେମାନଙ୍କୁ ପରୀକ୍ଷା ମନା। ଶନିବାର ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସମସ୍ତ ସରକାରୀ ଓ ବେସରକାରୀ କଲେଜକୁ ଚିଠି ଲେଖି ଜଣାଇଦେଇଛନ୍ତି।

ଶାଶ୍ୱତ ମିଶ୍ର ଚିଠିରେ ଲେଖିଛନ୍ତି, “ଯେଉଁ ଛାତ୍ରଛାତ୍ରୀମାନଙ୍କର କ୍ଲାସରେ ୭୫ ପ୍ରତିଶତ ଉପସ୍ଥାନ ନାହିଁ, ସେମାନେ ପରୀକ୍ଷା ହଲରେ ବସିପାରିବେ ନାହିଁ। ପରୀକ୍ଷାରେ ବସିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଅତିକମ୍‌ରେ ୭୫ ପ୍ରତିଶତ ଉପସ୍ଥାନ ରଖିବାକୁ ପଡ଼ିବ।”

ଏହାସହ ପରୀକ୍ଷାର ଯଥେଷ୍ଟ ପୂର୍ବରୁ କଲେଜର ଅଧ୍ୟକ୍ଷ ଛାତ୍ରଛାତ୍ରୀମାନଙ୍କୁ ଏନେଇ ଅବଗତ କରାଇବେ ବୋଲି ଶାଶ୍ୱତ ମିଶ୍ର ଚିଠିରେ ଲେଖିଛନ୍ତି।

Comment