ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ବାରବାଟୀରେ ଭାରତ-ଓ୍ଵେଷ୍ଟଇଣ୍ଡିଜ୍ ମଧ୍ୟରେ ଡିସେମ୍ଵର ୨୨ ତାରିଖରେ ଦିନିକିଆ ମ୍ୟାଚ ଖେଳାଯିବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ତେବେ ପୂର୍ବରୁ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀରେ ୩ଟି ମ୍ୟାଚ ଖେଳାଯାଇଛି। ଏଥିରେ ୩ଟି ଯାକରେ ଭାରତ ବିଜୟୀ ହୋଇଛି। ଏଥିରେ ୨୦୦୭ରେ ଖେଳାଯାଇଥିବା ଦ୍ଵିତୀୟ ମ୍ୟାଚରେ ଭାରତ ପକ୍ଷରୁ ଦିନେଶ କାର୍ତ୍ତିକ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ।
ଏହି ମ୍ୟାଚ ୨୪ ଜାନୁଆରୀ ୨୦୦୭ରେ ଖେଳାଯାଇଥିଲା। ଯେଉଁଥିରେ ଭାରତ ଓ୍ଵେଷ୍ଟଇଣ୍ଡିଜକୁ ୨୦ ରନ୍ରେ ପରାସ୍ତ କରିଥିଲା। ପ୍ରଥମେ ଭାରତ ବ୍ୟାଟିଂ କରି ମାତ୍ର ୧୮୯ରନ୍ରେ ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରି ପାରିନଥିଲେ। ହେଲେ ଦିନେଶ କାର୍ତ୍ତିକ ଏକାକି ଲଢ଼େଇ କରିଥିଲେ। ଏହି ମ୍ୟାଚରେ ଦିନେଶ ୬୩ ରନ୍ କରିଥିଲେ। ଫଳରେ ଭାରତ ୧୮୯ ରନ କରିଥିଲା।
ସେହିପରି ୧୯୦ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଆସିଥିବା ଓ୍ଵେଷ୍ଟଇଣ୍ଡିଜ ଦଳ ମଧ୍ୟ ବିଫଳ ହୋଇଥିଲା। ଦଳ ପକ୍ଷରୁ ଚନ୍ଦ୍ରପଲ୍ଙ୍କୁ ଛାଡ଼ି କେହି ବି ସଫଳ ବ୍ୟାଟିଂ କରିନଥିଲେ। ହେଲେ ୧୬୯ ରନରେ ଅଲଆଉଟ ହୋଇଯାଇଥିଲେ। ଭାରତ ପକ୍ଷରୁ ରମେଶ ପାଓ୍ଵାର ସର୍ବାଧିକ ୩ଟି ଓ୍ଵିକେଟ ନେଇଥିଲେ।


















