ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ମଙ୍ଗଳାବାଗ ଆନ୍ଧ୍ର ବ୍ୟାଙ୍କ ଶାଖାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବାକୁ ୩ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ନିଆଁକୁ କିପରି ଆୟତ୍ତ କରାଯାଇପାରିବ ଅଗ୍ନିଶମ କର୍ମଚାରୀ ସେନେଇ ଉଦ୍ୟମ ଚଳାଇଛନ୍ତି।

ଏହା ଏକ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିବାରୁ ବ୍ୟାଙ୍କରେ କାଗଜପତ୍ର ପୋଡ଼ିବା ସହ ଅନ୍ୟ ସମସ୍ତ କମ୍ପ୍ୟୁଟର, ଜରୁରୀ ଉପକରଣ, କାଗଜପତ୍ର ପୋଡ଼ି ନଷ୍ଟ ଯାଇଥିବା ସନ୍ଦେହ କରାଯାଇଛି। ଅଗ୍ନିଶମ କର୍ମଚାରୀ ଏହାକୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛି।

ବ୍ୟାଙ୍କରେ କିପରି ନିଆଁ ଲାଗିଲା ତାହା ବର୍ତ୍ତମାନ ଜଣାପଡ଼ିନି।

Comment