ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାର ଦ୍ଵାରା ଏକ ନୂଆ ଭିଜିଲାନ୍ସ ଡିଭିଜନ ଖୋଲାଯାଇଛି। ଏହି ଭିଜିଲାନ୍ସ ଡିଭିଜନ ରାଉରକେଲାଠାରେ ଖୋଲା ଯାଇଛି। ରାଉରକେଲାରେ ଏହା ଖୋଲା ଯିବା ପରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ଅଧିନରେ ଥିବା ଡିଭିଜନ ସଂଖ୍ୟା ୬ରୁ ୭କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ଡିଭିଜନଗୁଡ଼ିକ ବାଲେଶ୍ଵର, କଟକ, ଭୁବନେଶ୍ଵର, ବ୍ରହ୍ମପୁର, ସମ୍ଵଲପୁର ଓ କୋରାପୁଟଟାରେ କାର୍ଯ୍ୟ କରୁଛି। ଏହା ବ୍ୟତୀତ ଏକ ସେଲ୍‌ ମଧ୍ୟ କଟକଠାରେ କାର୍ଯ୍ୟ କରୁଛି। ରାଉରକେଲା ଭିଜିଲାନ୍ସ ଡିଭିଜନ ସମ୍ଵଲପୁର ଡିଭିଜନଠାରୁ ଅଲଗା କରି ଗଠନ କରାଯାଇଛି।

ଏହି ଡିଭିଜନ ୩ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼କୁ ନେଇ କାର୍ଯ୍ୟ କରିବ। ବର୍ତ୍ତମାନ ସମ୍ଵଲପୁର ଡିଭିଜନରୁ ୨୯ଟି ପଦବୀ ଅପସାରଣ କରି ଓ ନୂଆ ୩୮ ପଦବୀ ସୃଷ୍ଟି କରାଯାଇ ମୋଟ୍‌ ୭୬ ପଦବୀ ରାଉରକେଲା ଡିଭିଜନକୁ ମଞ୍ଜୁର କରାଯାଇଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।

Comment