ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପରହିଟ୍‌ ତେଲୁଗୁ ଫିଲ୍ମ ଅର୍ଜୁନ ରେଡ୍ଡୀ ଫେମ୍‌ ବିଜୟ ଦେବେରାକୋଣ୍ଡାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ବିଜୟ। ଗୋଆରେ ଅନୁଷ୍ଠିତ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ବିଜୟ ନିଜେ ଏହି କଥା କହିଛନ୍ତି।

ଯେବେଠାରୁ ତାଙ୍କ ଫିଲ୍ମ ଅର୍ଜୁନ ରେଡ୍ଡୀର ରିମେକ କବୀର ସିଂହ ବକ୍ସ ଅଫିସରେ ହିଟ ହୋଇଛି ସେବେଠାରୁ ବିଜୟଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହାପରେ ତାଙ୍କ ଅଭିନୀତ  ଫିଲ୍ମ ଡିୟର କମ୍ରେଡ ତାଙ୍କୁ ଆଉ ଏକ ସଫଳତା ଦେଇଥିଲା।

ଏହାପରେ ବିଜୟଙ୍କ ବଲିଉଡ ଡେବ୍ୟକୁ ତାଙ୍କ ପ୍ରଂଶସକମାନେ ଅପେକ୍ଷା କରିଥିଲେ। ଖୁବଶୀଘ୍ର ଦର୍ଶକଙ୍କ ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି।

LEAVE A REPLY

Please enter your comment!
Please enter your name here