ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଷ୍ଟାରମାନେ ନିଜର ଗ୍ଲାମର  ଅଭିନୟ ଦକ୍ଷତା ମାଧ୍ୟମରେ ଦର୍ଶକଙ୍କୁ ଦିୱାନା କରିଥାନ୍ତି ଏହି ପପୁଲାର ଷ୍ଟାରମାନଙ୍କୁ ଘରେ କେଉଁ ନାଁରେ ଡାକନ୍ତି, ଜାଣନ୍ତି କି?

ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ବଲିଉଡର ଲୋକପ୍ରିୟ ନାୟିକା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ‘ମିସ୍ ୱାର୍ଲଡ’ ଟାଇଟଲ୍ ହାସଲ କରିବା ପରେ ସିନେଦୁନିଆରେ ପାଦ ଥାପିଥିଲେ। ସେ କୋଡିଏ ବର୍ଷରୁ ଅଧିକ ସମୟ ଧରି ବଲିଉଡରେ ରାଜ୍ କରିଚାଲିଛନ୍ତି। ଐଶ୍ୱର୍ଯ୍ୟାଙ୍କୁ ବଲିଉଡରେ ‘ଐଶ୍’ ନାଁରେ କେହି କେହି ଡାକନ୍ତି, ହେଲେ ଘରେ ତାଙ୍କୁ ‘ଗୁଲ୍ଲୁ’ ନାଁରେ ଡକାଯାଏ।

ବିପାସା ବାସୁ

୨୦୦୧ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଅଜନବୀ’ ଜରିଆରେ ବଲିଉଡରେ ହିରୋଇନ୍ ଭାବେ ଏଣ୍ଟ୍ରି ଦେଇଥିବା ବିପାସା ବାସୁଙ୍କୁ ବଲିଉଡରେ ‘ବିପ୍‌ସ’ ନାଁରେ ଅନେକ ଲୋକ ଡାକନ୍ତି। କିନ୍ତୁ ତାଙ୍କର ନିକ୍ ନେମ୍ ହେଲା ‘ବୋନି’।

କରିନା କପୁର୍ ଖାନ୍

୨୦୦୦ରେ ମୁକ୍ତିଲାଭ କରିଥିବା ଜେପି ଦତ୍ତାଙ୍କ ‘ରିଫ୍ୟୁଜି’ରୁ ଆରମ୍ଭ କରି ‘ବୀରେ ଦି ୱେଡିଂ’ ଯାଏଁ ବହୁ ସିନେମାରେ ନାୟିକା ଭୂମିକା ନିଭାଇ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି କରିନା। ତାଙ୍କୁ ଘରେ ସମସ୍ତେ ‘ବେବୋ’ ନାଆଁରେ ସମ୍ବୋଧନ କରନ୍ତି। ଅବଶ୍ୟ ଫିଲ୍ମ ଫ୍ୟାମିଲିର ଝିଅ ହୋଇଥିବା ହେତୁ ଏହି ନାମରେ ଅନେକ ସେଲିବ୍ରିଟି କରିନାଙ୍କୁ ଡାକିଥା’ନ୍ତି।

କରିସ୍ମା କପୁର

୧୯୯୧ରେ ‘ପ୍ରେମ କୈଦୀ’ରୁ କ୍ୟାରିଅର୍ ଆରମ୍ଭ କରି ଲୋକପ୍ରିୟତା ହାସଲ କରିଥିବା ନାୟିକା କରିସ୍ମା କପୁରଙ୍କ ନିକ୍‌ନେମ୍ ହେଲା ‘ଲୋଲୋ’।

ସୋନମ୍ କପୁର

୨୦୦୭ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସାୱରିୟା’ ଜରିଆରେ ସୋନମ୍ କପୁର ପରଦାକୁ ଆସିଥିଲେ। ଏହାପରେ ସେ ବେଶ୍ କେତୋଟି ଫିଲ୍ମରେ ନାୟିକା ଭୂମିକାରେ ନଜର ଆସିଛନ୍ତି। ଅନିଲ କପୁରଙ୍କ କନ୍ୟା ସୋନମଙ୍କ ନିକ୍‌ନେମ୍ ହେଲା ‘ଜିରାଫ୍‌’। ଯେହେତୁ ସେ ବହୁତ ଡେଙ୍ଗା ଥିଲେ, ତେଣୁ ତାଙ୍କୁ ଘରେ ସମସ୍ତେ ‘ଜିରାଫ୍’ ବୋଲି ଡାକନ୍ତି।

ପରିଣୀତି ଚୋପ୍ରା

ପ୍ରିୟଙ୍କା ଚୋପ୍ରାଙ୍କ କଜିନ୍ ପରିଣୀତି ଚୋପ୍ରା ‘ଲେଡିଜ୍ ଭର୍ସେସ୍ ଭିକି ବହଲ’ ଜରିଆରେ ବଲିଉଡରେ ଏଣ୍ଟ୍ରି ଦେଇଥିଲେ। ସେ ଏଯାଏଁ ନିଜର ଅଭିନୟ ଯାତ୍ରା ଅବ୍ୟାହତ ରଖିଛନ୍ତି। ପରିଣୀତିଙ୍କ ନିକ୍ ନେମ୍ ହେଲା ‘ଟିଶା’।

ଶ୍ରଦ୍ଧା କପୁର

ପ୍ରଖ୍ୟାତ  ଅଭିନେତା ଶକ୍ତି କପୁରଙ୍କ କନ୍ୟା ଶ୍ରଦ୍ଧା କପୁରଙ୍କୁ ବଲିଉଡରେ ସମସ୍ତେ ଆଶିକୀ-2 ଗର୍ଲ ବୋଲି କହିଥାନ୍ତି। ହେଲେ ତାଙ୍କର ପେଟ୍ ନେମ୍ ବଡ ଅଜବ। ତାଙ୍କୁ ଘରେ ଗେହ୍ଲାରେ ‘ଚିରକୁଟ୍‌’ ବୋଲି ଡାକନ୍ତି।

ଆଲିଆ ଭଟ୍ଟ

‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍‌’ରୁ ନାୟିକା ଭୂମିକାରେ ଅଭିନୟ କରି ଯାତ୍ରା ଆରମ୍ଭ କରିଥିବା ଆଲିଆ ଭଟ୍ଟ ହେଉଛନ୍ତି ପ୍ରଖ୍ୟାତ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ କନ୍ୟା। ଆପଣ ଜାଣନ୍ତି କି ଆଲିଆଙ୍କୁ ଘରେ କେଉଁ ନାଆଁରେ ସମସ୍ତେ ଡାକନ୍ତି? ତାଙ୍କୁ ଶ୍ରଦ୍ଧାରେ ଘରେ ଡାକନ୍ତି ‘ଆଲୁ’।

ପ୍ରିୟଙ୍କା ଚୋପ୍ରା

ବଲିଉଡ୍ ଓ ହଲିଉଡରେ ନାଁ କରିଥିବା ପ୍ରିୟଙ୍କା ଚୋପ୍ରାଙ୍କୁ ବଲିଉଡରେ ଅନେକ ଲୋକ ମିଶି ‘ଚପ୍‌ସ’ ନାଆଁରେ ଡାକନ୍ତି। ହେଲେ ଘରେ ପ୍ରିୟଙ୍କାକୁ ‘ମିଠୁ’ ଓ ‘ମମି’ ନାଆଁରେ ଡାକିଥାନ୍ତି।

କଙ୍ଗନା ରାଣାୱତ୍

କଙ୍ଗନା ରାଣାୱତଙ୍କୁ ଘରେ ଗେହ୍ଲାରେ ସମସ୍ତେ ‘ଅରଶାନ୍’ ବୋଲି ଡାକନ୍ତି। କଙ୍ଗନା ବଲିଉଡରେ ପ୍ରାୟ 12ବର୍ଷ ହେବ ସକ୍ରିୟ ଅଛନ୍ତି।

Comment