ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଆରମ୍ଭ ହୋଇଛି ଟ୍ରାଫିକ୍‌ ଧରପଗଡ଼। ବର୍ତ୍ତମାନ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଜଣେ ନାବାଳକ ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କରିବାରୁ ତାଙ୍କ ବାପାଙ୍କଠାରୁ ୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ନାବାଳକ ଜଣକ କଟକ ମଧୁପାଟଣା ଛକରେ ଧରାପଡ଼ିଥିଲେ।

ନାବାଳକ ଜଣକ ବୟସ ୧୮ ବର୍ଷରୁ କମ୍‌, ବିନା ହେଲମେଟ୍‌ରେ ଡ୍ରାଇଭିଂ, ଗାଡ଼ି ଚଲାଇଲା ବେଳେ ମୋବାଇଲରେ କଥା ହେବା ଭଳି ନିୟମ ଉଲ୍ଲଘଂନ କରିଥିଲେ। ମଧୁପାଟଣା ପାଖରେ ପୋଲିସ ତାଙ୍କୁ ଧରିବା ପରେ ତାଙ୍କ ବାପାଙ୍କୁ ଡକାଇ ୬ହାଜର ଟଙ୍କା ଜରିମାନା ଆଦାୟ କରିଛି।

ନୂଆ ଟ୍ରାଫିକ ନିୟମ ୩ ମାସ କୋହଳ ପରେ ଡିସେମ୍ଵର ୧ରୁ ପୁଣି ଆରମ୍ଭ ହୋଇଛି ଟ୍ରାଫିକ ଧରପଗଡ଼। ଗାଡ଼ି କାଗଜ ପତ୍ର ଓ ଲାଇସେନ୍ସକୁ ଛାଡ଼ି ଦେଲେ ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କଠୋର ହୋଇଛନ୍ତି ପୋଲିସ। ରବିବାର ରାଜ୍ୟର ସବୁ ଜିଲ୍ଲାରେ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି।

Comment