ଓଡ଼ିଶାଲାଇଭ୍ ବ୍ୟୁରୋ

ସାବଧାନ! ୫୦ କିଲୋମିଟରରୁ ଅଧିକ ବେଗରେ ଗାଡ଼ି ଚଳାଉଛନ୍ତି କି? ଗଣିବେ ଫାଇନ୍‌। ଏନେଇ କମିସନରେଟ୍‌ ପୋଲିସ ଜାରି କଲା ଆଡଭାଇଜରି।

ଭୁବନେଶ୍ୱର-କଟକରେ ଗାଡ଼ି ଚଳାଇବା ବେଳେ ସର୍ବାଧିକ ବେଗ କେତେ ରହିବ, ତାହା ଧାର୍ଯ୍ୟ କରିଛି କମିସନରେଟ୍‌ ପୋଲିସ। ଭାରୀ ଯାନ ଏବଂ ଅନ୍ୟାନ୍ୟ ଯାନଗୁଡ଼ିକ ସହର ଭିତରେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଯାତାୟାତ କରିପାରିବେ। ସେହିପରି ଦୁଇ ଚକିଆ ଯାନ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଗାଡ଼ି ଚଳାଇପାରିବେ।

ଭାରୀଯାନଗୁଡ଼ିକ ପଳାଶୁଣୀରୁ ବାଲିକୁଦା ଏନ୍‌ଏଚ୍‌ ମଧ୍ୟରେ ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ଗାଡ଼ି ଚଳାଇ ପାରିବେ। କିନ୍ତୁ ଏନ୍‌ଏଚ୍‌ରେ ଦୁଇ ଚକିଆ ଗାଡ଼ିର ସର୍ବାଧିକ ବେଗ ୫୦ କିଲୋମିଟର ବେଗ ଧାର୍ଯ୍ୟ କରାଯାଇଛି। ଏହି ଧାର୍ଯ୍ୟ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନରେଟ୍‌ ପୋଲିସ ଟୁଇଟ୍‌ କରିଛି।

Comment