ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମ୍‌କୋର୍ଟଙ୍କ ଅଯୋଧ୍ୟା ରାୟ ଉପରେ ରିଭ୍ୟୁ ପିଟିସନ ଦାଖଲ କରିବ ମୁସଲିମ୍‌ ସଂଗଠନ ଜମାତ୍‌ ଉଲେମା-ଇ-ହିନ୍ଦ୍‌। ଏହି ପିଟିସନ୍‌ ୯ ତାରିଖ ମଧ୍ୟରେ ଦାଖଲ କରାଯିବ। ପିଟିସନ ପ୍ରସ୍ତୁତି ଚାଲିଛି। ୯ ପୂର୍ବରୁ ପିଟିସନ ଦାଖଲ କରାଯିବ ବୋଲି କହିଛନ୍ତି ସଂଗଠନର ମୁଖ୍ୟ ମୌଲାନା ଅର୍ସାଦା ମଦାନୀ।

ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ପୁନଃବିଚାର ପାଇଁ ୩୦ ଦିନ ଭିତରେ ରିଭ୍ୟୁ ପିଟିସନ୍‌ ଦାଖଲ କରାଯାଏ। ଏହି ନିୟମ ହିସାବରେ ଡିସେମ୍ଵର ୯ତାରିଖରେ ଏହି ୩୦ ଦିନ ପୂରା ହୋଇଯିବ। ବର୍ତ୍ତମାନ ମୁସଲିମ୍‌ ପକ୍ଷଙ୍କ ପାଖରେ ପିଟିସନ ଦାଖଲ କରିବାକୁ ଆଉ ୭ ଦିନ ରହିଛି।

ଗତ ନଭେମ୍ଵର ୯ ତାରିଖରେ ସୁପ୍ରିମ୍‌କୋର୍ଟଙ୍କ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ରାମ ଜନ୍ମ ଭୂମି-ବାବ୍ରି ମସଜିଦ ଉପରେ ରାୟ ଶୁଣାଇଥିଲେ। ଏଥିରେ ବିବାଦୀୟ ଜମିରେ ମନ୍ଦିର ନିର୍ମାଣ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଅଯୋଧ୍ୟା ମଧ୍ୟରେ ମସଜିଦ୍‌ ନିର୍ମାଣ ପାଇଁ ମୁସଲିମ ପକ୍ଷଙ୍କୁ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Comment